ବେବି ପ୍ଲାନିଂକୁ ନେଇ କ’ଣ କୁହନ୍ତି ଉର୍ମିଳା

ମୁମ୍ବାଇ: ବଲିଉଡ୍ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ନିକଟରେ ଏକ ସାକ୍ଷାତ୍‌କାରରେ ମନଖୋଲି ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ ବିଷୟରେ କଥା ହୋଇଛନ୍ତି । ବିବାହ ପରେ ବଡ ପରଦାକୁ ଅଲବିଦା କହିଥିବା ଉର୍ମିଳା ଏବେବି ଭଲ ପ୍ରୋଜେକ୍ଟ ମିଳିଲେ ଅଭିନୟ କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି । ୨୦୧୬ରେ ମୋହସିନ ଅଖତରଙ୍କୁ ବିବାହ କରିଥିବା ବେଳେ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ଉର୍ମିଳା । ତେବେ ଦୀର୍ଘ ବର୍ଷର ବୈବାହିକ ଜୀବନ ଓ ୪୭ ବର୍ଷରେ ପଦାର୍ପଣ କରିଥିବା ଉର୍ମିଳା ବେବି ପ୍ଲାନିଂକୁ ନେଇ କହିଛନ୍ତି ସବୁ ମହିଳା ମା’ ହେବା ଜରୁରୀ ନୁହେଁ । ତେବେ ସେ ମାଆ ହେବେ ନା ପୋଷ୍ୟ ସନ୍ତାନ ଗ୍ରହଣ କରିବେ ସେ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି । କିନ୍ତୁ କହିଛନ୍ତି ଏମିତି କେତେଜଣ ସନ୍ତାନ ଅଛନ୍ତି ଯେଉଁମାନେ ମାତାପିତାଙ୍କ ସ୍ନେହ ଶ୍ର୍‌ଦ୍ଧା ପାଇପାରୁ ନାହାନ୍ତି । ଏମିତି ବି ସବୁ ନାରୀ ମା’ ହେବା ଜରୁରୀ ନୁହେଁ । ସମୟ ଆସିଲେ ସେ ଏକଥା ଚିନ୍ତା କରିବେ ବୋଲି କହିଛନ୍ତି । ତେବେ ଅଭିନୟକୁ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ଭଲ ପ୍ରୋଜେକ୍ଟ ମିଳିଲେ କାମ କରିବି ନିଶ୍ଚୟ । ଏବେ ଉର୍ମିଳା ଅଭିନୟ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ୨୦୧୯ରେ ସେ ରାଜନୀତିରେ ଯୋଗ ଦେଇଛନ୍ତି ।

Share