କରୋନା ମୁକ୍ତ ହେଲେ ଉର୍ମିଳା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ସୋସିଆଲ ମିଡିଆ ମାଧ୍ୟମରେ କରୋନା ନେଗେଟିଭ ହୋଇଥିବାର ସୂଚନା ଦେଇଛନ୍ତି। ନିକଟରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜ ନିଜର ଟେଷ୍ଟ କରାଇ ନେବାକୁ ସୋସିଆଲ ମିଡିଆ ମାଧ୍ୟମରେ କହିଥିଲେ।

ଟୁଇଟରରେ ସେ ଭିଡିଓ ଶେୟାର କରି ତାଙ୍କର ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣମାନଙ୍କ ଭଲପାଇବା ଏବଂ ଶୁଭକାମନା ପାଇଁ ମୋର ରିପୋର୍ଟ ନେଗେଟିଭ ଆସିଛି ଏବଂ ମୁଁ ଏକଦମ ସୁସ୍ଥ ଅଛି ବୋଲି ସେ କହିଛନ୍ତି । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ଯଦି ଆପଣମାନେ କରୋନା ଟିକା ନେଇ ନାହାଁନ୍ତି ତେବେ ଜଲଦି ନେଇ ଯାଆନ୍ତୁ ଏବଂ ବିନା ମାସ୍କରେ ବାହାକୁ ବାହାରନ୍ତୁ ନାହିଁ।

Share