ଓଜେଏସ୍‌ରେ ଈର୍ଶିତା ଟପ୍ପର: କୃତକାର୍ଯ୍ୟ ୪୭ ମଧ୍ୟରୁ ୩୦ ମହିଳା

ଭୁବନେଶ୍ୱର, ୧୦ା୩(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୪୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୦ଜଣ ମହିଳା ରହିଛନ୍ତି। ଏହି ୪୭ଜଣ ରାଜ୍ୟରେ ସିଭିଲ୍‌ ଜଜ୍‌ ପଦବୀ ପାଇଁ ମନୋନୀତ ହୋଇଛନ୍ତି। ପରୀକ୍ଷାରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଅଧୀନ ଗଡପୋଷ ଗ୍ରାମର ଈର୍ଶିତା କେସରଓ୍ବାନି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସମ୍ବେଦନା ସନ୍ଦୀପ ଦ୍ୱିତୀୟ ଓ କୃଷ୍ଣ ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟେଲ ୪ର୍ଥ, ଶୁଭଜିତ ବେହେରା ୫ମ, ଆଦର୍ଶ କୁମାର ବେହେରା ୬ଷ୍ଠ, ଦେବନ ସତ୍ୟଦର୍ଶୀ ନନ୍ଦ ୭ମ, ଅଭିନନ୍ଦନ ରାଏ ୮ମ, ଶ୍ୱେତା ଦାସ ୯ମ ଏବଂ ଶର୍ମିଷ୍ଠା ପାଢ଼ୀ ୧୦ମ ସ୍ଥାନ ହାସଲ କରିଛନ୍ତି। ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ୬ଜଣ ମହିଳା ରହିଛନ୍ତି। ପରୀକ୍ଷାର୍ଥୀମାନେ ଓପିଏସ୍‌ସିର www.opsc.gov.inକୁ ଯାଇ ପରୀକ୍ଷାଫଳ ସମ୍ପର୍କରେ ସୂଚନା ପାଇପାରିବେ।

Share