ହାର୍ଦ୍ଦିକଙ୍କ ପରେ ଏହି କ୍ରିକେଟରଙ୍କ ପ୍ରେମରେ ପଡ଼ିଥିଲେ ଉର୍ବଶୀ

ବଲିଉଡ ଜଣେ ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଲୁକ ଓ ଅଭିନୟ ପାଇଁ ପ୍ରାୟତଃ ଲାଇମ୍‌ଲାଇଟରେ ରୁହନ୍ତି। କମ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ଉର୍ବଶୀ ଜାତୀୟ ସ୍ତରରେ ଜଣେ ବାସ୍କେଟ ବଲ ଖେଳାଳୀ ମଧ୍ୟ। ସୋସିଆଲ ମିଡିଆରେ ଉର୍ବଶୀ ଖୁବ ଆକ୍ଟିଭ। ଉର୍ବଶୀଙ୍କ ସୁନ୍ଦରତା ଯୋଗୁ କୋଟି କୋଟି ଫ୍ୟାନ୍ସ ତାଙ୍କ ପାଇଁ ପାଗଳ ।
କୁହାଯାଏ କି ଉର୍ବଶୀ ଜଣେ ଭାରତୀୟ କ୍ରିକେଟ ଟିମ୍‌ର ଜଣାଶୁଣା ବ୍ୟାଟ୍ସମ୍ୟାନଙ୍କ ପ୍ରେମରେ ପାଗଳ ଥିଲେ। ହେଲେ ସମସ୍ତେ ଜାଣନ୍ତି କି ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡେଟ୍‌ କରୁଥିଲେ। ଏହା ବ୍ୟତୀତ ସେ ଆଉ ଜଣେ କ୍ରିକେଟରଙ୍କୁ ନିଜ ମନ ଦେଇ ବସିଥିଲେ । ସେ ଆଉ କେହି ନୁହେଁ, ବରଂ କ୍ରିକେଟର ଋଷଭ ପନ୍ତ। ୨୦୧୯ ମସିହାରେ ଋଷଭ ଏବଂ ଉର୍ବଶୀଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଉର୍ବଶୀ, ଋଷଭଙ୍କ ସହ ଥିବା ସମ୍ପର୍କକୁ ବନ୍ଧୁତ୍ୱର ନାମ ଦେଇ ଏହି ଖବରକୁ ଗୁଜବ ବୋଲି କହିଥିଲେ।