ଉର୍ବଶୀ ରୌତେଲା ପିନ୍ଧିଲେ ଏମିତି ଗାଉନ୍‌, ଯାହାର ଦାମ୍‌ ଜାଣିଲେ…

ମୁମ୍ବାଇ: ପୂର୍ବରୁ ମିସ୍‌ ୟୁନିଭର୍ସ ହୋଇଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ବିଶ୍ୱରେ ପୁଣି ଜଲ୍‌ଓ୍ବା ଦେଖାଇଛନ୍ତି। ଏବେ ଉର୍ବଶୀ ଏକ ଦାମୀ ଗାଉନ୍‌ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଫ୍ୟାଶନରେ ଉର୍ବଶୀ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଫ୍ୟାଶନ ଉଇକ୍‌ରେ ସେ ସବୁଠୁ ଦାମୀ ଗାଉନ୍‌ ପିନ୍ଧିଥିଲେ। ଯାହାର ଦାମ୍‌ ୪୦ କୋଟିରୁ ଅଧିକ। ଗାଉନ୍‌ ପିନ୍ଧି କୌଣସି ମହାରାଣୀଙ୍କଠୁ କମ୍‌ ଲାଗୁ ନ ଥିଲେ ଉର୍ବଶୀ। ଗୋଡ଼ଠୁ ମୁଣ୍ଡ ଯାଏ ଲୋକେ କେବଳ ଉର୍ବଶୀଙ୍କୁ ଦେଖୁଛନ୍ତି।

ଏହି ୪୦ କୋଟିର ଗାଉନ୍‌ କ୍ଲିୟୋପେଟ୍ରା ରିୟଲ ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ ଆଉଟ୍‌ଫିଟ୍‌ରେ ଉର୍ବଶୀଙ୍କ ଲୁକ୍‌ ବେଶ୍‌ ଆକର୍ଷଣୀୟା। ଏହି ଗାଉନ୍‌କୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ଫେର୍‌ନେ ଓ୍ବାନ୍‌ ଆମଣ୍ଟୋ ଡିଜାଇନ କରିଛନ୍ତି। ଆମଣ୍ଟୋ ଅନ୍ତର୍ଜାତୀୟ ଷ୍ଟାରମାନଙ୍କ ଡ୍ରେସ୍‌ର ମଧ୍ୟ ଡିଜାଇନ କରିଥାନ୍ତି।

Share