୫୫ ହଜାରର ଲେହେଙ୍ଗା ପରେ ୩୭କୋଟି ଟଙ୍କାର ସୁନାର ପୋଷାକକୁ ନେଇ ଚର୍ଚ୍ଚାରେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ବେଳେ ବେଳେ ଏମିତି ଅନ୍ଦାଜରେ ଉଭା ହୋଇ ଥାଆନ୍ତି ଯେ ପ୍ରଶଂସକଙ୍କ ହୋସ୍ ଉଡାଇ ଦେଇଥାଆନ୍ତି । ନିକଟରେ ବଲିଉଡ୍ ଗାୟିକା ନେହା କକ୍କରଙ୍କ ବିବାହ ଉତ୍ସବରେ ୫୫ ହଜାର ଟଙ୍କିଆ ଲେହେଙ୍ଗା ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ଉର୍ବଶୀ । ଏହି ଲେଜର କଟ୍ ଲେହେଙ୍ଗାରେ ଅବଶ୍ୟ ଖୁବ୍ ସୁନ୍ଦର ଲାଗୁଥିଲେ ଅଭିନେତ୍ରୀ । କିନ୍ତୁ ଏହାର ଦାମ ସମସ୍ତଙ୍କୁ ଚକିତ କରିଥିଲା । ଏହାସହ ଅବଶ୍ୟ ତାଙ୍କ ଜୁଏଲାରୀର ଦାମକୁ ମିଶାଯାଇଥିଲା । ରେନୁ ଟଣ୍ଡନଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଡ୍ରେସ ପିନ୍ଧିବା ସହ ତାଙ୍କ ଜୁଏଲାରୀ ବି ଦେଖିବା ଭଳି ହାଇଥିଲା । ଚଳିତ ବର୍ଷ ଉର୍ବଶୀ ଫିଟନେଓ ଓମେନ୍ ଅଫ୍ ଦ ଇୟର ଭାବେ ବଛାଯାଇଥିଲେ । ଏହାସହ ଏବେ ତାଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦର ମହିଳା କ୍ଲିଓପାର୍ଟ ହେବା ଲାଗି ମନୋନୀତ କରାଯାଇଥିବା ବେଳେ ଏଥିପାଇଁ ସେ ୩୭ କୋଟି ଟଙ୍କାର ଡ୍ରେସ୍ ପିନ୍ଧିଥିବା କୁହାଯାଏ । ଯାହା ସୁନାରେ ତିଆରି । ଏବେ ଏହାର କିଛି ଫଟୋ ଓ ଭିଡିଓ ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ମଧ୍ୟ କରିଛନ୍ତି ।

Share