ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କର ଏକ ତାମିଲ ଫିଲ୍ମର ଶୁଟିଂ ଶେଷ କରି ଦିଲ୍ଲୀ ଫେରିଛନ୍ତି। ଏହି ଅବସରରେ ଉର୍ବଶୀ କଳା ରଙ୍ଗର ଏକ ଜିନ୍ସ ସହ ଟପ୍ସ ପିନ୍ଧିଥିଲେ। ତେବେ ଏହି ସମୟରେ ସେ ଧରିଥିବା ପାଣି ବୋତଳକୁ ନେଇ ସବୁଠାରୁ ବେଶି ଚର୍ଚ୍ଚା ହେଉଛି।
ଉର୍ବଶୀଙ୍କ ହାତରେ ‘ବ୍ଲାକ ଓ୍ବାଟର’ର ଏକ ବୋତଲ ଥିଲା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ପାଣି ପିଇଥାନ୍ତି। ଏହି ପାଣି ହାଇଡ୍ରେଟେନ ହେବାରେ ସାହାଯ୍ୟ କରିବା ସହ ପିଏଚ୍କୁ ମଧ୍ୟ ହାଇ ରଖିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ ଫୁଟ୍ ରହିବା ପାଇଁ ସେଲିବ୍ରିଟିମାନେ ଏହି ପାଣି ପିଇଥାନ୍ତି। ଏହି ପାଣିର ମୂଲ୍ୟ ଲିଟର ପିଛା ୨ଶହ ଟଙ୍କା।