Categories: ଖେଳ

ଶେଷରେ ପନ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅଭିନେତ୍ରୀ

ନୂଆଦିଲ୍ଲୀ,୧୩।୭: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଅଛନ୍ତି ଚର୍ଚ୍ଚାରେ। କେତେବେଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ତ କେବେ ପାକିସ୍ତାନୀ ବୋଲର୍‌ ନସିମ ଶାହଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଛି। ଉଭୟ ଘଟଣାରେ ଉର୍ବଶୀ ମୁହଁ ଖୋଲି ଜବାବ ରଖୁଛନ୍ତି। ହେଲେ ପନ୍ତଙ୍କୁ ଏବେ ଏମିତି କିଛି କହିଛନ୍ତି ଉର୍ବଶୀ, ଯାହା ଖବର ଶିରୋନାମା ପାଲଟିଛି।

କିଛିଦିନ ତଳେ ଉର୍ବଶୀ ପନ୍ତଙ୍କୁ ‘ଛୋଟୁ ଭୟାଁ’ କହିଥିଲେ। ଏନେଇ ଏକ ପୋଷ୍ଟ କରି ଲେଖିଥିଲେ ‘ଛୋଟୁ ଭୟାଁଙ୍କୁ ବ୍ୟାଟ୍‌ବଲ୍‌ ଖେଳିବା ଉଚିତ। ମୁଁ କୌଣସି ମୁନ୍ନି ନୁହେଁ ଡାର୍ଲିଂ ଛୁଆ ତୋ ପାଇଁ ବଦ୍‌ନାମ ହୋଇଯିବି। ରକ୍ଷା ବନ୍ଧନର ଅନେକ ଅନେକ ଶୁଭେଚ୍ଛା।’ ଏକ ସାକ୍ଷାତକାରକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳଯୁଦ୍ଧ ଏବେ ନୂଆ ମୋଡ ନେଇଛି। କାରଣ ସବୁ କିଛି ଭୁଲି ଅଭିନେତ୍ରୀ ହାତ ଯୋଡ଼ି ପନ୍ତଙ୍କୁ କ୍ଷମା ମାଗିଛନ୍ତି।

ପନ୍ତଙ୍କ ସହ ସୋସିଆଲ ମିଡିଆରେ କଥା କଟାକଟିକୁ ନେଇ ଉର୍ବଶୀଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା। ପନ୍ତଙ୍କୁ କିଛି କହିବାକୁ ଚାହିଁବେ ପ୍ରଶ୍ନରେ ସେ କହିଥିଲେ ‘ବେଶି କିଛି ତ କହିବାକୁ ଚାହେଁନି। ବାସ୍‌ କ୍ଷମା କର। ଆଇ ଆମ୍‌ ସରି।’

ପନ୍ତଙ୍କ ସହ କୋଲ୍ଡ ଓ୍ବାର୍‌ ପରେ ଏବେ ଉର୍ବଶୀ ହଠାତ କ୍ଷମା ମାଗିବା ଅନେକଙ୍କୁ ଚକିତ କରିଛି। ଉଭୟଙ୍କ ସମ୍ପର୍କ ପୂର୍ବଭଳି ହୋଇଯିବ ବୋଲି ଅନେକ ଆଶା କରୁଛନ୍ତି। ତେବେ ଏହା ଆଗାମୀ ଦିନରେ ତାହା ଜଣାପଡ଼ିବ।

Share