ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…

ବମ୍ବେ: କେବେ ପରସ୍ପରକୁ ଡେଟ୍‌ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍‌ଫାଇଟ୍‌ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ବିଷୟରେ।

ନିକଟରେ ଉର୍ବଶୀ ଏକ ସାକ୍ଷାତକାରରେ ସିଧାସଳଖ ଭାବେ ପନ୍ତଙ୍କ ନାମ ନ ନେଇ ଆର୍‌ପି ବୋଲି ସମ୍ବୋଧୀତ କରି କିଛି ବ୍ୟକ୍ତିଗତ କଥା କହିଥିଲେ। ଏହାପରେ ପନ୍ତ ଇନ୍‌ଷ୍ଟାଗ୍ରାମରେ ଲେଖିଥିଲେ, ଏହା ବେଶ ମଜାଦାର। କିଭଳି ଭାବେ ଲୋକମାନେ ସାମାନ୍ୟ ଲୋକପ୍ରିୟତା ପାଇବା ଲାଗି ସାକ୍ଷାତକାରରେ ମିଛ କୁହନ୍ତି। ଦୁଃଖର କଥା କିଛି ଲୋକ ନାଁ ଏବଂ ଖ୍ୟାତି ଲାଗି ବହୁତ ଭୋକିଲା। ଭଗବାନ ସେମାନଙ୍କ ଉପରେ ସର୍ବଦା ଅନୁଗ୍ରହ ରଖନ୍ତୁ। ହ୍ୟାସଟ୍ୟାଗ୍‌ରେ ‘ମୋତେ ଅନୁସରଣ କରିବା ଛାଡ଼ିଦିଅ ଭଉଣୀ। ମିଛର ମଧ୍ୟ ସୀମା ଅଛି ବୋଲି ଲେଖିଥିଲେ।


ଗୁରୁବାର ମଧ୍ୟରାତ୍ରରେ ଉର୍ବଶୀ ଏହି କଥା ଉପରେ ମତ ରଖି ଲେଖିଥିଲେ, ସାନ ଭାଇ ବ୍ୟାଟ୍‌ ଏବଂ ବଲ୍‌ ଖେଳିବା ଉଚିତ। ମୁଁ ମୁନ୍ନି ନୁହଁ ଯେ ଛୋଟ ପିଲା ପାଇଁ ବଦନାମ ହେବି। ଏଥିସହ ସେ ହ୍ୟାସଟ୍ୟାଗ୍‌ରେ ରାକ୍ଷିପୂର୍ଣ୍ଣିମାର ଶୁଭେଚ୍ଛା। ଆର୍‌ପି ଛୋଟୁ ଭାଇ ବୋଲି ଲେଖିଛନ୍ତି। ଏବେ ଅଭିନେତ୍ରୀଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି।

କହିରଖୁଛୁ, ପନ୍ତ ଏବଂ ଉର୍ବଶୀ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଖବର ୨୦୧୮ରୁ ଶୁଣବାକୁ ମିଳୁଥିଲା। ଉଭୟ କିଛି ଦିନ ଧରି ଡେଟ୍‌ କରିବା ପରେ ସହମତିରେ ଅଲଗା ହୋଇଯାଇଥିଲେ। ଏପରିକି ପନ୍ତ ପରେ ଅଭିନେତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ବ୍ଲକ କରିଦେଇଥିବା କୁହାଯାଇଥିଲା।