ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା

ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ କରିଛି । ଏହାକୁ ନେଇ ଉର୍ବଶୀ ଖୁସି ପ୍ରକାଶ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ ମହିଳା ଦିବସ ଯାଇଥିବା ବେଳେ ତାଙ୍କର ଜଣେ ଫ୍ୟାନ୍ ତାଙ୍କୁ ମାଟିର ଏକ ପ୍ରତିମୂର୍ତ୍ତି ଗଢି ଉପହାର ଦେଇଥିଲେ । ଏହାର ଏକ ଭିଡିଓ ଶେୟାର କରି ନାୟିକା ଲେଖିଥିଲେ ଆପଣମାନଙ୍କ ସମର୍ଥନ ଓ ଭଲପାଇବା ପାଇଁ ଧନ୍ୟବାଦ । ବିଶେଷ ଭାବେ ଏହି ପ୍ରତିମାକୁ ପ୍ରସ୍ତୁତ କରିବା ଓ ଉପହାର ଦେବା ପାଇଁ ।
ନିଜ ଫିଟନେସ୍ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଉର୍ବଶୀ ନିକଟରେ ଜିମରେ ୱାର୍କ ଆଉଟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ ୬୦ କିଲୋ ଟାଇଡଲ ଟ୍ୟାଙ୍କ ସହ ଏକ୍ସରସାଇଜ୍ କରୁଥିବା ଦେଖାଯାଇଥିଲା । ଏହି ଭିଡିଓକୁ ଶେୟାର କରି ସେ ଲେଖିଥିଲେ, ଥ୍ୟାଙ୍କ ୟୁ, ୪୬ ମିଲିୟନ ପାର, ଗ୍ରେଟଫୁଲ! ଇନଷ୍ଟାଗ୍ରାମରେ ଉର୍ବଶୀଙ୍କ ଫଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ କରିଥିବାରୁ ସେ ବେଶ୍ ଖୁସି ଅଛନ୍ତି ।

Share