ପନ୍ତଙ୍କୁ ଉର୍ବଶୀ କହି ନ ଥିଲେ ‘ସରି’; ସିଧା ସିଧା ମନା କଲେ…

ବମ୍ବେ: କାଲି କହିଲେ ସରି, ହେଲେ ଆଜି କହିଲେ ମୁଁ କହିନି। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଷୟରେ। ସେ ଏକ ସାକ୍ଷାତକାରରେ ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କୁ କ୍ଷମା ମାଗିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏବେ କିନ୍ତୁ ସେ ନିଜ କଥାରୁ ଓହରି ଯାଇଛନ୍ତି। ପନ୍ତଙ୍କୁ ନୁହେଁ ବରଂ ନିଜ ପ୍ରଶଂସକ ଏବଂ ଶୁଭଚିନ୍ତକମାନଙ୍କୁ ସେ ଏପରି କହିଥିବା ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ଉର୍ବଶୀ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ଅଭିନେତ୍ରୀ କହିଛନ୍ତି, ସେ ପନ୍ତଙ୍କୁ ନୁହେଁ ବରଂ ନିଜର ପ୍ରଶଂସକଙ୍କୁ କ୍ଷମା କହିଛନ୍ତି।

କହିରଖୁଛୁ, ଏକଦା ପନ୍ତଙ୍କ ସହ ଉର୍ବଶୀଙ୍କ ନାମକୁ ଯୋଡ଼ା ଯାଉଥିଲା। ହେଲେ ପରେ ଏହା ଶୀତଳଯୁଦ୍ଧରେ ପରିଣତ ହୋଇଥିଲା। ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ କରିବା ସହ ଟିପ୍ପଣୀ ଦେଉଥିଲେ। ମଙ୍ଗଳବାର ଉର୍ବଶୀ ପନ୍ତଙ୍କୁ ‘ଆଇ ଆମ୍‌ ସରି’ କହୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ସେମାନଙ୍କର ସମ୍ପର୍କ ସଜାଡ଼ି ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ସେସବୁରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଉର୍ବଶୀ ଉକ୍ତ କ୍ଷମା ପନ୍ତଙ୍କ ପାଇଁ ନ ଥିଲା ବୋଲି କହିବା ପରେ କ୍ୟାଟ୍‌ଫାଇଟ୍‌ ଆଗକୁ ଚାଲିବ ବୋଲି କୁହାଯାଉଛି।

Share