ଜନ୍ମଦିନରେ ୧୦ କେଜି ପିଆଜ କାଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି। ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଉର୍ବଶୀ ନିଜର ପ୍ରତିଟି ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ନିଜର ଜନ୍ମଦିନ ଅବସରରେ ଉର୍ବଶୀ ଏକ ଭିଡିଓ ଶେୟାର କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ତାଙ୍କୁ ପିଆଜ କାଟୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରି ଲେଖିଛନ୍ତି, ମୋତେ ମୋର ଜନ୍ମଦିନରେ ୧୦ କେଜି ପିଆଟ କଟାଇଥିବାରୁ ଧନ୍ୟବାଦ। ଏହା କେବଳ ଆପଣ କରିପାରିବେ @cznburak। ଗୋଟିଏ ଦିନ ମୁଁ ପିଆଜକୁ କନ୍ଦାଇବି ବୋଲି ସେ ଲେଖିଛନ୍ତି।
ଭିଡିଓରେ ଜଣେ ବ୍ୟକ୍ତିଙ୍କ ସହ ଉର୍ବଶୀ ପିଆଜ କାଟିବାର ଚ୍ୟାଲେଞ୍ଜ ନେଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିବା ସହ ଲାଇକ୍‌ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି।

Share