ଇରାନ ମହିଳାଙ୍କ ସମର୍ଥନରେ କେଶ କାଟିଲେ ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ଊର୍ବଶୀ ରୌଟେଲା ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ଇରାନ ମହିଳାମାନଙ୍କ ସମର୍ଥନରେ ଖୋଲାଖୋଲି ଭାବେ ବାହାରିଛନ୍ତି। ଇରାନୀୟ ମହିଳାଙ୍କ ସମର୍ଥନରେ ସେ ତାଙ୍କ କେଶ କାଟିଛନ୍ତି। ନିକଟରେ ଊର୍ବଶୀ ଅଭିଯୋଗ କରିଛନ୍ତି, ସେ ନିଜେ ସାଇବର ଧମକର ଶିକାର ହୋଇଛନ୍ତି। ଏହି ଘଟଣାକୁ ଇରାନରେ ହିଜାବ ନ ପିନ୍ଧିବାକୁ ନେଇ ହତ୍ୟା କରାଯାଇଥିବା ମହିଳା ମହସା ଅମିନିଙ୍କ ସହିତ ତୁଳନା କରିଥିଲେ।
ଉର୍ବଶୀ ଇନ୍‌ଷ୍ଟାଗ୍ରାମରେ ଇରାନୀୟ ମହିଳାଙ୍କ ସମର୍ଥନରେ କେଶ କାଟିବାର ଏକ ଫଟୋ ଶେୟାର କରିଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ସେ କେଶ କାଟିଛନ୍ତି! ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ଚାଲିଥିବା ବିରୋଧ ସମୟରେ ପୋଲିସ ଦ୍ୱାରା ଗିରଫ ଏବଂ ହତ୍ୟା କରାଯାଇଥିବା ସମସ୍ତ ଯୁବତୀ ଏବଂ ମହିଳାଙ୍କ ସମର୍ଥନରେ ମୋର କେଶ କାଟିବା। ଉତ୍ତରପ୍ରଦେଶର ୧୯ ବର୍ଷର ଝିଅ ଅଙ୍କିତା ଭଣ୍ଡାରୀଙ୍କ ପାଇଁ ମଧ୍ୟ ମୋ କେଶ କଟା।
ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ହିଜାବ ବିରୋଧରେ ପ୍ରଦର୍ଶନ ଚାଲିଛି। ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଇରାନର ସ୍କୁଲ ଛାତ୍ର ଏବଂ ମହିଳାମାନେ ବହୁ ସଂଖ୍ୟାରେ ହିଜାବ ହଟାଇ ଅମିନିଙ୍କ ମୃତ୍ୟୁକୁ ବିରୋଧ କରି ରାଲି କରୁଛନ୍ତି।

Share