ଆର୍‌ପିର ପ୍ରକୃତ ଅର୍ଥ ବୁଝାଇଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ଗତ କିଛି ମାସ ହେବ କ୍ରମାଗତ ଭାବେ ଟ୍ରୋଲ୍‌ର ଶିକାର ହେଉଛି। ତାଙ୍କ ନାମ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡା ଯାଉଛି। ଉର୍ବଶୀ ରିଷଭଙ୍କୁ ଡେଟିଂ ଗୁଜବକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ଉର୍ବଶୀ ମଧ୍ୟ ଟ୍ରୋଲର୍‌ଙ୍କୁ ଆହୁରି ଚିଡାଇବା ଭଳି ପୋଷ୍ଟ ସୋସିଆଲ ମିଡିଆରେ କରୁଛନ୍ତି। ନିକଟରେ ଏକ ପୋଷ୍ଟରେ ଆରପି ଲେଖିଥିଲେ। ଏହାକୁ ନେଇ ଟ୍ରୋଲର ତାଙ୍କୁ ରିଷଭ ପନ୍ତ ନାଁ ନେଇ ବୋଲି ଚିାଇଥିଲେ। ତେବେ ଏହି ପ୍ରସଙ୍ଗରେ ଉର୍ବଶୀ ମୁହଁ ଖୋଲିଛନ୍ତି।
ଏକ ସାକ୍ଷାତକାରରେ ଉର୍ବଶୀ କହିଛନ୍ତି, ଆରପି ମୋର ସହ-ଷ୍ଟାର, ଯାହାର ପ୍ରକୃତ ନାମ ରାମ ପୋଥିନେନି। ମୁଁ ଜାଣି ନ ଥିଲି ଯେ ରିଷଭ ପନ୍ତ ମଧ୍ୟ ଆରପି ଭାବରେ ଜଣାଶୁଣା। ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଗୁଜବରେ ବିଶ୍ୱାସ କରିବା ପୂର୍ବରୁ ଥରେ ଅନୁସନ୍ଧାନ କରିବା ଆବଶ୍ୟକ। ସବୁବେଳେ କ୍ରିକେଟର ଏବଂ ଅଭିନେତାଙ୍କ ତୁଳନା ହୋଇଥାଏ। କିନ୍ତୁ ସତ୍ୟତା ନ ଜାଣି ମିଥ୍ୟା ପ୍ରଚାରଠୁ ଦୂରେଇ ରହିବା ଭଲ।
ଉର୍ବଶୀ ଖୁବ ଶୀଘ୍ର ସାଉଥ ସୁପରଷ୍ଟାର୍‌ ଚିରଞ୍ଜୀବୀଙ୍କ ସହ ଫିଲ୍ମ ‘ୱାଲ୍ଟେର୍‌ ଭେରାୟା’ରେ ନଜର ଆସିବେ। ଏହି ଫିଲ୍ମରେ ଉର୍ବଶୀଙ୍କର ଏକ ବିଶେଷ ଗୀତ ଅଛି।

Share