ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁନ୍ଦର ଅଭିନୟ ଯୋଗୁ ଏବେ ତାଙ୍କ ହାତରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତେବେ ଖାସ୍ କଥା ହେଲା ଉର୍ବଶୀ ଚଳିତବର୍ଷ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।
ନିକଟରେ ସେ ଏକ ତାମିଲ ଫିଲ୍ମ ସାଇନ୍ କରିଛନ୍ତି। ଏଥିପାଇଁ ସେ ୧୦ କୋଟି ଟଙ୍କାର ଚୁକ୍ତି ମଧ୍ୟ କରିଥିବା ଜଣାପଡ଼ିଛି। ଏହାପରେ ଏବେ ସେ ତାମିଲ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀ ହୋଇପାରିଛନ୍ତି। ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଉର୍ବଶୀ ଏହି ତାଲିକାରେ ଶାମିଲ ହୋଇଛନ୍ତି। ତେବେ ଉର୍ବଶୀଙ୍କ ଏହି ନୂଆ ଫିଲ୍ମର ନାମ ଜଣାପଡ଼ି ନାହିଁ, ମାତ୍ର ଏହାର ଶୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମ ଅନେକ ଭାଷାରେ ରିଲିଜ୍ ହେବ ବୋଲି ଜଣାପଡ଼ିଛି।
ଆଉ ଏକ ଫିଲ୍ମ ‘ବ୍ଲାକ ରୋଜ୍’ରୁ ସେ ତେଲୁଗୁରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି।