‘କନ୍ତାରା ୨’ରେ ହିରୋଇନ ହେବେ ନାହିଁ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନ ଦିଭା ଉର୍ବଶୀ ରୌତେଲା କେବେକେବେ ତାଙ୍କ କଳାକୁ ନେଇ ତ ପୁଣି କେବେ ର‌୍ୟୁମର୍ସକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ନିକଟରେ ଉର୍ବଶୀ ‘କନ୍ତାରା’ର ଅଭିନେତା ଋଷଭ ସେଟ୍ଟଙ୍କ ସହ ଏକ ପୋଷ୍ଟ ଶେୟାର କରିଥିଲେ । ଏହାପରେ ଅନୁମାନ କରାଯାଉଥିଲା କି ‘କାନ୍ତାରା ୨’ର ପାର୍ଟ ନିର୍ମାଣ ହେବାକୁ ଯାଉଛି । ହେଲେ ସେମିତି କିଛି ଯୋଜନା ନ ଥିବା ଜଣାପଡିଛି ।
ପ୍ରଡକସନ ହାଉସ ସହ ଜଡିତ ଏକ ସୋର୍ସ ଇଟାଇମକୁ ‘କନ୍ତାରା ୨’ର ପାର୍ଟ ନିର୍ମାଣକୁ ନେଇ ସତ କଥା କହିଛି । ସୋର୍ସ କହିଛି, ଉର୍ବଶୀ ରୌତେଲାଙ୍କୁ ‘କନ୍ତାରା ୨’ରେ କାଷ୍ଟ କରାଯାଉଥିବା ଖବର ମିଛ ଓ ଆଧାରହୀନ । ନିକଟରେ ଉର୍ବଶୀ ସେହି ପରିସରରେ ଉପସ୍ଥିତ ଥିଲେ, ଯେଉଁଠାରେ ଋଷଭ ସେଟ୍ଟି ଥିଲେ । ସେଠାରେ ଉର୍ବଶୀ କନ୍ତାରା ଫେମ ଷ୍ଟାରଙ୍କ ସହ ସାକ୍ଷାତ୍ କରିବାକୁ ଇଚ୍ଛା ପ୍ରକାଶ କଲେ ଓ ଅଭିନେତା ବଡ ବିନମ୍ରତାର ସହ ଦେଖା କରିବାକୁ ହଁ ଭରିଦେଲେ । ସେ ଋଷଭଙ୍କ ସହ କ୍ଲିକ କରାଯାଇଥିବା ଫଟୋକୁ ଏକ କ୍ରିପ୍ଟିକ କ୍ୟାପଶନ ସହ ପୋଷ୍ଟ କରିଛନ୍ତି, ଯାହା ଏସବୁ ମିଛ ଖବରକୁ ଜନ୍ମ ଦେଇଛି ।

Share