ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥାଏ । ଏବେ ଉର୍ବଶୀ ଆରବର ଏକ ଫେମସ ମାଗାଜିନ ପାଇଁ ଫଟୋ ଶୁଟ୍ କରି ସୋସିଆଲ ମିଡିଆରେ ହଙ୍ଗାମା କରିଛନ୍ତି । ଏହି ଶୁଟ୍‌ରେ ଉର୍ବଶୀ ଏକ ହେଭି ରେଡ ଗାଉନରେ ମରୁଭୂମି ମଝିରେ ଠିଆ ହୋଇ ଖୁବ୍ ସୁନ୍ଦର ପୋଜ୍ ଦେଇଥିବା ଦେଖାଯାଇଛି । ପୂର୍ବରୁ ଉର୍ବଶୀ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ଅନେକ ଗ୍ଲାମସର ଫଟୋ ଶେୟାର କରିଥାଆନ୍ତି । ଏଥର ମାଗାଜିନ୍ ପାଇଁ ଯେଉଁ ଫଟୋ ଶୁଟ୍ କରିଛନ୍ତି ତାକୁ ଶେୟାର କରି ସେ ଲେଖିଛନ୍ତି @Soularabiaofficial   କଭରରେ ନଜର ଆସୁଥିବା ମୁଁ ପ୍ରଥମ ଏସିଆନ୍ ଓ ଇଣ୍ଡିଆନ୍ ଆକ୍ଟ୍ରେସ୍ । ଏହାପରେ ଉର୍ବଶୀ ଲେଖିଛନ୍ତି, ସ୍ୱପ୍ନ ସତ ହୁଏ, ହେଲେ ଯେଉଁ ପର୍ଯ୍ୟନ୍ତ ଏହି ସ୍ୱପ୍ନକୁ ପୂରଣ କରିବାକୁ କଠିନ ପରିଶ୍ରମ କରାଯାଏ । କାରଣ ଆମ ସ୍ୱପ୍ନର ଖୁବ୍ ଡିମାଣ୍ଡ ରହିଛି । ସୂଚନାଯୋଗ୍ୟ, ଉର୍ବଶୀ ରୌତଲା ଏହି ଫଟୋ ଶୁଟ୍ ଆରବର ପ୍ରସିଦ୍ଧ ମାଗାଜିନ୍ ସୋଲ (SOUL) ର କଭର ପେଜ୍ ପାଇଁ କରିଛନ୍ତି । ଏଥିରେ ଉର୍ବଶୀ ଯେଉଁ ରେଡ୍ କଲର ଗାଉନ୍ ପିନ୍ଧିଛନ୍ତି ଏହାର ଦାମ ରହିଛି ୨୫ ଲକ୍ଷ ଟଙ୍କା । ଏବେ ଉର୍ବଶୀଙ୍କ ଏହି ଗ୍ଲାମରସ୍ ଫଟୋ ଶୁଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟ୍‌ଖା ବିଜ୍ଞାପନ କରି ଫସିଲେ ଶାହାରୁଖ-ଅଜୟ-ଟାଇଗର

ମୁମ୍ବାଇ: ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିଜ୍ଞାପନ ଯୋଗୁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି। ଜୟପୁର ଜିଲା ଉପଭୋକ୍ତା କମିଶନ...

IIFA Digital Awards 2025: ଚମକିଲେ କ୍ରିତି-ବିକ୍ରାନ୍ତ, ଶ୍ରେଷ୍ଠ ଫିଲ୍ମ Amar Singh Chamkila

ନୂଆଦିଲ୍ଲୀ,୯।୩: IIFA 2025 ଜୟପୁରରେ ମାର୍ଚ୍ଚ ୮ରେ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ସମାରୋହକୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ହୋଷ୍ଟ...

ଆୟୁଶ୍ରୀ ମଲିକ ‘ମିସ୍‌ ସୁପର ନ୍ୟାଶନାଲ’

ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ...

କୋରାପୁଟରେ ଏସ୍‌ଏସ୍‌ଏମ୍‌ବି୨୯ର ଶୁଟିଂ ଆରମ୍ଭ

କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ନିଜର...

ଶାହିଦଙ୍କୁ ଆଲିଙ୍ଗନ କଲେ, ଢେର ଗପିଲେ କରିନା, ଗୋଟିଏ ମଞ୍ଚରେ…

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ ଅଭିନେତ୍ରୀ କରିନା କପୁର-ଶାହିଦ କପୁର। ଉଭୟେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ କରିନା...

ପ୍ରିୟଙ୍କାଙ୍କ ଭଳି ଫିଟ୍‌ନେସ୍‌ ଚାହୁଁଛନ୍ତି କି? ପ୍ରତିଦିନ କରନ୍ତୁ ଏହି କାମ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଅଭିନୟ ବ୍ୟତୀତ ଫିଟ୍‌ନେସ୍‌ ପାଇଁ ଖବରରେ ରହିଥାନ୍ତି। ସେଥିପାଇଁ ସେ ହଲିଉଡର ସବୁଠାରୁ ବଡ଼ ଷ୍ଟଣ୍ଟ ନିଜେ କରନ୍ତି।...

ଏନ୍‌ସିଡବ୍ଲ୍ୟୁକୁ କ୍ଷମା ମାଗିଲେ ଆଲ୍ଲାହାବାଦିଆ

ନୂଆଦିଲ୍ଲୀ, ୮।୩ (ପି.ଟି.): ୟୁଟ୍ୟୁବ୍‌ ଶୋ’ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଚର୍ଚ୍ଚିତ ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ ଓ...

ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ହୋଇଗଲା ନିର୍ବନ୍ଧ, ଜାଗୃତିଙ୍କ ସହ ଆସିଲା ଫୋଟ

ଭୁବନେଶ୍ଵର, ୮/୩: ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ଯେଉଁ ଅନୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image