ବିରାଟ କୋହଲି ଚା’ ପ୍ରସ୍ତୁତ କରୁଥିବାର ଫଟୋ ଶେୟାର କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ପ୍ରଶଂସକଙ୍କଠାରୁ ମାଗିଲେ ଜବାବ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ବ୍ୟାଟିଂରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ରୋଷେଇରେ ବି ସେ ମାହିର୍‌। ବିବାହ ପୂର୍ବରୁ ସୁଯୋଗ ମିଳିଲେ ସେ ନିଜ ମା’ଙ୍କୁ ରୋଷେଇରେ ସାହାଯ୍ୟ କରନ୍ତି। କିନ୍ତୁ ବିରାଟଙ୍କ ଏହି ସାହଯ୍ୟ ଏବେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ଚିନ୍ତା ବଢାଇଛି। ବିରାଟ ନିଜ ମା’ଙ୍କ ସହ ଚ’ ପ୍ରସ୍ତୁତ କରୁଥିବାର ଏକ ପୁରୁଣା ଫଟୋ ଉର୍ବଶୀଙ୍କ ମା’ ତାଙ୍କୁ ପଠାଇଥିଲେ। ତେବେ ସେ ଏହା କାହିଁକି ପଠାଇଛନ୍ତି ଉର୍ବଶୀ ତାହା ନିଜ ପ୍ରଶଂସକଙ୍କଠାରୁ ଜାଣିବାକୁ ଚାହିଁିଛନ୍ତି। ସେ କହିଛନ୍ତି ଏହା ପଛରେ ମା’ଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ମୁଁ ତାହା ଜାଣିବାକୁ ଚାହୁଁଛି, ମୁଁ ଡରିଯାଇଛି ବୋଲି ସେ କହିଛନ୍ତି। ଏବେ ଉର୍ବଶୀଙ୍କ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

Share