ଉର୍ବଶୀଙ୍କ ଗ୍ଲାମରସ୍ ଲୁକ୍‌

ମୁମ୍ବାଇ: ବଲିଉଡ୍ ବିୟୁଟି ଉର୍ବଶୀ ରୌତେଲା ନିଜ ଲୁକ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ହଟ୍ ଓ ବୋଲ୍ଡ ଅନ୍ଦାଜ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ୨୦୨୦ରେ ସେ ଗୋଟିଏ ପରେ ଗୋଟିଏ ଗ୍ଲାମରସ୍ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଦିୱାନା କରିଥିଲେ । ଏହି ଧାରା ୨୦୨୧ରେ ଜାରି ରଖିଛନ୍ତି ଅଭିନେତ୍ରୀ । ନିକଟରେ ସେ କିଛି ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ଏହା ଦୁବଇର ଏକ ହୋଟେଲର ବୋଲି କୁହାଯାଉଛି । ଏହି ଫଟୋ ସହ ଉର୍ବଶି କ୍ୟାପଶନରେ ଲେଖିଛନ୍ତି, ଲୋକଙ୍କର ଭୁଲ୍ ଧାରଣା ରହିଛି ଯେ ଶାନ୍ତିରେ ରହିବାକୁ ଚାହୁଁଥିଲେ କୌଣସି କଥାକୁ ଧ୍ୟାନ ଦେବା ଅନୁଚିତ । ହେଲେ ମୁଁ ଏକେଲା ରହିବାକୁ ଭଲପାଏ । ସୂଚନାଯୋଗ୍ୟ, ଜାନୁୟାରୀ ୧ରେ ଉର୍ବଶି ତାଙ୍କ ମାଆଙ୍କ ଜନ୍ମଦିନ ପାଳନ କରିଥିବା ବେଳେ ସୁନାର ପ୍ଲେଟରେ କେକ୍ କାଟି ମାଆଙ୍କୁ ସରପ୍ରାଇଜ୍ ଦେଇଥିଲେ । ଆଉ ଲେଖିଥିଲେ ଆପଣଙ୍କ ବିନା ମୋ ଜୀବନ ମୂଲ୍ୟହୀନ ।

Share