ପନ୍ତଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀ! ୟୁଜର୍ସ କହିଲେ ଝିଅ ପାଗଳ ହୋଇଯାଇଛି

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୩୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ନିକଟରେ ତାଙ୍କୁ ଡେରାଡୁନରୁ ଏୟାର ଲିପ୍ଟ କରାଯାଇ ମୁମ୍ବାଇ ଲିଗାମେଣ୍ଟ ସର୍ଜରି ପାଇଁ ସିପ୍ଟ କରାଯାଇଛି । ମୁମ୍ବାଇର କୋବିଳାବେନ ଧୁରୁଭାଇ ଅମ୍ବାନୀ ହସ୍ପିଟାଲରେ ପନ୍ତଙ୍କୁ ଆଡମିଟ କରାଯାଇଛି । ଏହାରି ଭିତରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ପନ୍ତ ଆଡମିଟ ହୋଇଥିବା ହସ୍ପିଟାଲର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଟ୍ରୋଲର ଶିକାର ହୋଇଛନ୍ତି ।
ସୂଚନାଯୋଗ୍ୟ, ପନ୍ତଙ୍କ ଦୁର୍ଘଟଣା ପରେ ଉର୍ବଶୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । କେବଳ ସେ ନୁହେଁ ତାଙ୍କ ମାଆ ମିରା ସିଂ ରୌତେଲାବି ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ଦେଖାଯାଇଥିଲା । ହେଲେ ଏବେ ଉର୍ବଶୀ ପନ୍ତ ଚିକିତ୍ସିତ ହେଉଥିବା ହସ୍ପିଠାଲର ଫଟୋ ଶେୟାର କରିଥିବାରୁ ୟୁଜର୍ସ କହୁଛନ୍ତି ଉର୍ବଶୀ ବୋଧହୁଏ ପାଗଳ ହୋଇଯାଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ହେବ ପନ୍ତଙ୍କ ନାମକୁ ଉର୍ବଶୀଙ୍କ ସହ ଯୋଡା ଯାଇ ଚର୍ଚ୍ଚା ହୋଇ ଆସୁଥିବା ବଳେ ଉର୍ବଶୀ ବି ପ୍ରତିଥର ପନ୍ତଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ଦେଖାଯାଇଛି ।