ଅନ୍ତର୍ଜାତୀୟ ପତ୍ରିକାର କଭର ପେଜ୍‌ ପାଇଁ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ଉର୍ବଶୀ ଏକ ପ୍ରସିଦ୍ଧ ଆରବ ପତ୍ରିକା ପାଇଁ ଫଟୋଶୁଟ୍‌ କରିଛନ୍ତି। ଏହି ଅବସରରେ ସେ ଲାଲ ରଙ୍ଗର ଏକ ଗାଉନ୍‌ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଉର୍ବଶୀ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ଅନ୍ତର୍ଜାତୀୟ ପତ୍ରିକାର କଭର ପେଜ୍‌ ପାଇଁ ଫଟୋଶୁଟ୍‌ କରିଛନ୍ତି। ତେବେ ଏହି ଫଟୋଶୁଟ୍‌ ସମୟରେ ସେ ଯେଉଁ ପୋଷାକ ପିନ୍ଧିଛନ୍ତି ତାହା ବହୁତ ଦାମୀ। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ନିଜେ ଉର୍ବଶୀ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାରକରି କ୍ୟାପଶନରେ ଲେଖିଛନ୍ତି, ସେତିକିବେଳେ ସ୍ବପ୍ନ ସତ ହୋଇଥାଏ, ଯେତେବେଳେ ଆପଣ ତାକୁ ପୁରା କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। କାରଣ ଆମ ସ୍ବପ୍ନର ବହୁତ ଚାହିଦା ରହିଛି ବୋଲି ସେ ଲେଖିଛନ୍ତି।

Share