ବ୍ଲୁ ଲିପଷ୍ଟିକ ଲଗାଇ ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଉର୍ବଶୀ ଡେବ୍ୟୁ କରିବା ସହ ନିଜର ଜଲୱା ଦେଖାଇଛନ୍ତି। ଶୋ’ରେ ଉର୍ବଶୀ ନୀଳ ଲିପଷ୍ଟିକ ସହ କ୍ରିମ ଗାଉନ ପିନ୍ଧି ରେଡ କାର୍ପେଟରେ ପହଞ୍ଚିଥିଲେ। ତେବେ ନୀଳ ଲିପଷ୍ଟିକକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଉର୍ବଶୀ ସୋସିଆଲ ମିଡିଆରେ ତାଙ୍କ କାନ୍ସ ଲୁକର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖି କିଛି ଲୋକ ତାଙ୍କୁ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହି ଲୁକ୍‌ ଦେଖିବା ପରେ ତାଙ୍କୁ ରିଷଭ ପନ୍ତଙ୍କ ସହ ଲିଙ୍କ କରୁଛନ୍ତି। ଉର୍ବଶୀଙ୍କ ପୋଷ୍ଟରେ ୟୁଜର୍ସମାନେ ବହୁତ କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଡୋରେମନର ଭଉଣୀ ଭଉଣୀ ଭଳି ଦିଶୁଛନ୍ତି। ଅନ୍ୟଜଣେ ଲେଖିଛନ୍ତି ରିଷଭ ପନ୍ତଙ୍କ ଚକ୍କରରେ ଏ କ’ଣ ଅବସ୍ଥା କରିଛନ୍ତି ।

Share