ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା ମଧୁବାଳା । ଏବେ ଜଣେ ନବାଗତା ନାୟିକା ମଧୁବାଳାଙ୍କ ଅନ୍ଦାଜରେ ସ୍କ୍ରିନରେ ଦେଖାଦେବାଲାଗି ପ୍ରସ୍ତୁତି ଜାରି ରଖିଛନ୍ତି । ସେ ହେଉଛନ୍ତି ଉର୍ବଶୀ ରୌତେଲା । ଉର୍ବଶୀ କ୍ଲାସିକାଲ ଗୀତ ‘ଏକ ଲଡକି ଭିଗି ଭାଗି ସି’ର ରିକ୍ରିଏଟ ଭର୍ସନ ମ୍ୟୁଜିକ ଭିଡିଓରେ ବଲିଉଡ୍‌ର ସୁନାମଧନ୍ୟା ଅଭିନେତ୍ରୀ ସ୍ୱର୍ଗତା ମଧୁବାଳାଙ୍କ ଏକ ଅପଡେଟ ଅବତାରକୁ ଜୀବନ୍ତ କରିବାକୁ ପ୍ରୟାସ କରିବେ । ଏହି ମ୍ୟୁଜିକ ଭିଡିଓକୁ ନେଇ ଉର୍ବଶୀ କୁହନ୍ତି ଏହା ମୋ ସ୍ୱପ୍ନର ଏକ ଅଂଶ । ମୁଁ ଏହି ଗୀତରେ ଅଭିନୟ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି । ଏହି ବର୍ଷର ଆରମ୍ଭ ମୋ ପାଇଁ ଧମାକାଦାର ରହିଛି ବୋଲି ସେ କହିଛନ୍ତି । ଉର୍ବଶୀଙ୍କ ମତରେ ମଧୁବାଳା ଜଣେ ଆଇକନ ଥିଲେ ଯିଏ କେବଳ ନିଜ ସୁନ୍ଦରତା ପାଇଁ ନୁହେଁ ବରଂ ସ୍କ୍ରିନ ଉପରେ କିଛି ଗମ୍ଭୀର ଭାବନାକୁ ପ୍ରସ୍ତୁତ ବି କରିଥିଲେ ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସେ ତାଙ୍କର ଏକ ଭିନ୍ନ ଛାପ ଛାଡି ଯାଇଛନ୍ତି ।

Share