Advertisement

ଇଜିପ୍ଟର ସୁପରଷ୍ଟାରଙ୍କ ସହ ନଜର ଆସିବେ ବଲିଉଡର‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଇମେଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫିଲ୍ମ କ୍ୟାରିୟର ସେତେଟା ସଫଳ ହୋଇପାରି ନାହିଁ। କିନ୍ତୁ ଏବେ ସେ ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି।
ଖବର ଅନୁଯାୟୀ, ଏବେ ଉର୍ବଶୀ ଏକ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ସାଇନ୍‌ କରିଛନ୍ତି। ଇତିମଧ୍ୟରେ ଏହାର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ନିଜେ ଉର୍ବଶୀ ଇନ୍‌ଷ୍ଟାଗ୍ରାମ୍‌ ଆଉଣ୍ଟରେ ସୂଚନା ଦେଇଛନ୍ତି।
ଉର୍ବଶୀଙ୍କୁ ଏହି ପ୍ରୋଜେକ୍ଟରେ ମିଶରର ପ୍ରସିଦ୍ଧ ଅଭିନେତା ମହମ୍ମଦ ରମଦାନଙ୍କ ସହ ଦେଖିବାକୁ ମିଳିବ। ରମଦାନଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଉର୍ବଶୀ ଏହି ସୂଚନା ଦେଇଛନ୍ତି। ତେବେ ଏହା କୌଣସି ଫିଲ୍ମ ନା ବିଜ୍ଞାପନ ସେ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share