ପରବିନ ବାବିଙ୍କ ବାୟୋପିକରେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ବେଶ କିଛିଦିନ ହେବ ବାୟୋପିକର ଟ୍ରେଣ୍ଡ ଚାଲିଛି। ପ୍ରାୟ ସବୁ ଅଭିନେତା ଅଭିନେତ୍ରୀ କାହାର ନା କାହାର ବାୟୋପିକରେ ନଜର ଆସୁଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛି ଉର୍ବଶୀ ରୌତେଲାଙ୍କ ନାମ।
ଏବେ ଅଭିନେତ୍ରୀ ବଡ ପରଦାର ନାମୀ ନାୟିକା ପରବିନ ବାବିଙ୍କ ବାୟୋପିକରେ ନଜର ଆସିବେ ବୋଲି ଜଣାପଡିଛି। ଏହାର ଚର୍ଚ୍ଚା କିଛିଦିନ ହେବ ହେଉଛି। ଏହାରି ଭିତରେ ଉର୍ବଶୀ ଏକ ପୋଷ୍ଟ ଶେୟାର କରି ପ୍ରାଉଡ ଫିଲ୍‌ କରୁଥିବା କହିଛନ୍ତି।

ପରବିନ ୧୯୭୨ରେ ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୭୩ରେ ସେ ‘ଚରିତ୍ର’ ଫିଲ୍ମରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ବଡ ପରଦାରେ ନାୟିକା ପରବିନ ଗୋଟିଏ ପରେ ଗୋଟିଏ ହିଟ୍‌ ମୁଭିରେ କାମ କରିଥିଲେ।
ବୃତ୍ତିଗତ ଜୀବନ ସହିତ ପରବିନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥିଲେ। ଅଭିନେତ୍ରୀଙ୍କ ନାମ ଅନେକ ଷ୍ଟାରଙ୍କ ସହ ଜଡିତ ଥିଲା। ୨୨ଜାନୁୟାରୀ ୨୦୦୫ ରେ ପରଲୋକ ହୋଇଥିଲା ପରବିନ ବାବିଙ୍କର। ଅଭିନେତ୍ରୀଙ୍କୁ ତାଙ୍କ ଫ୍ଲାଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Share