ଦର୍ଶକଙ୍କ ଦିଲ୍ ଜିତିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ଏବେ ଏକ ନୂଆ ମ୍ୟୁଜିକ୍ ଆଲବମକୁ ନେଇ ଚର୍ଚ୍ଚାରେ । ‘ଏକ ଲଡ୍‌କି ଭିଗି ଭାଗି ସି’ ଏବେ ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇ ସାରିଲାଣି । ଏବେ ପର୍ଯ୍ୟନ୍ତ ୟୁଟ୍ରୁ୍ୟବରେ ଏହି ଗୀତକୁ ୮୬ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଅନ୍ୟପଟେ ଅଭିନେତ୍ରୀ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ବି ଶେୟାର କରିଛନ୍ତି । ଯାହା ଶୁଟିଂ ସମୟର ଭିଡିଓ । ଆଉ ଏହା ଉର୍ବଶୀଙ୍କ ଇନଷ୍ଟାଗ୍ରାମରେ ଶେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଉର୍ବଶୀ ଲାଲ ଶାଢି ପିନ୍ଧି ବର୍ଷାରେ ଭିଜିଭିଜି ନାଚୁଥିବା ନଜର ଆସିଛି । ଇନଷ୍ଟାଗ୍ରାମରେ ଶେୟାର ହେବା ପରେ ମାତ୍ର ୧୮ ଘଣ୍ଟାରେ ଏହାକୁ ୧୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଆଉ ଏହାକୁ ଦେଖି ଉର୍ବଶୀଙ୍କ ପ୍ରଶଂସକମାନେ ଲଗାତାର କମେଣ୍ଟ କରି ଚାଲିଛନ୍ତି । ପାଖି ହେଗଡେଙ୍କ ଦ୍ୱାରା ନିର୍ମିତ ଏହି ମ୍ୟୁଜିକ ଆଲବମ ମାଧ୍ୟମରେ ଏସ୍ ଡି ବର୍ମନ, କିଶୋର କୁମାର ଓ ମଧୁବାଲାଙ୍କୁ ଟ୍ରିବ୍ୟୁଟ ଦିଆଯାଇଛି ।

Share