ମୁମ୍ବାଇ: ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି। କେବଳ ଏତିକି ନୁହେଁ ଲୁକ୍ , ଷ୍ଟାଇଲ, ଅନ୍ଦାଜ ଓ ତାଙ୍କର ଡ୍ରେସିଂ ସେନ୍ସକୁ ଖୁବ୍ ପସନ୍ଦ କରନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସେ। ସୋସିଆଲ ମିଡିଆରେ ନିଜର ଫଟୋ, ଭିଡିଓ ଶେୟାର କରି ସେ ଚର୍ଚ୍ଚାରେ ରୁହନ୍ତି।
ଠିକ୍ ସେହିଭଳି ନିକଟରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍ରେ ନଜର ଆସୁଛନ୍ତି। ଗଳାରେ ଫୁଲମାଳ ସହିତ ମଥାରେ ନାଲି ଟିକା ଏବଂ ଏକ କଳା ଚଷମା ପିନ୍ଧିଛନ୍ତି। ତାଙ୍କର ଏହି ଆଧ୍ୟାତ୍ମିକ ଲୁକ୍ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ତେବେ ସେ କେଦାରନାଥଙ୍କ ଦର୍ଶନ ପାଇଁ ଯାଇଥିବା ଜଣାପଡିଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।