ଗୋଟିଏ ମିନିଟ୍‌ରେ ନିଅନ୍ତି ୧ କୋଟି

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରଉତେଲା ଅଭିନୟ ଜଗତରେ ଏତେ ସଫଳ ହୋଇ ପାରି ନ ଥିଲେ ମଧ୍ୟ ସେ ମଡେଲିଂରେ ଅନ୍ୟମାନଙ୍କଠାରୁ ବହୁ ଆଗରେ। ଏହା ବ୍ୟତୀତ ଅନେକ ସମୟରେ ସେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଦାମୀ ଜିନିଷ ପାଇଁ ଲାଇମଲାଇଟ୍‌କୁ ଆସିଛନ୍ତି। ତାଙ୍କର ଅନେକ ମତାମତକୁ ନେଇ ଚର୍ଚ୍ଚାର ପରିସରଭୁକ୍ତ ହୁଅନ୍ତି। ଏଥିପାଇଁ ସେ ଅନେକ ଥର ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଛନ୍ତି। ନିକଟରେ ସେ ତାଙ୍କର ଆୟ ବାବଦରେ ଜଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଉର୍ବଶୀ ଗୋଟିଏ ମିନିଟ୍‌ରେ ୧ କୋଟି ଟଙ୍କା ପାରିଶ୍ରମିକ ନେଉଥିବା କହିଛନ୍ତି। ଏକ ସାକ୍ଷାତ୍‌କାରରେ ଆପଣ କ’ଣ ଗୋଟିଏ ମିନିଟ୍‌ରେ ୧ କୋଟି ଟଙ୍କା ଚାର୍ଜ କରୁଛନ୍ତି? ଏହି କଥାକୁ ଉର୍ବଶୀ ସ୍ବୀକାର କରି ଏହା ତାଙ୍କୁ ଖୁସି ଦିଏ ବୋଲି କହିଥିଲେ। ପ୍ରତ୍ୟେକ ଅଭିନେତ୍ରୀଙ୍କୁ ନିଜ ଉପଲବ୍ଧି ଦେଖିବା ଉଚିତ ବୋଲି ସେ କହିଛନ୍ତି। ଏହି ଭିଡିଓରେ ଅନେକ ଅଭିନେତ୍ରୀ ଉର୍ବଶୀଙ୍କୁ ଟ୍ରୋଲ୍‌ କରୁଥିବା ଦେଖିବାକୁ ମିଳିଛି। ତେବେ ଉର୍ବଶୀ ୨୦୧୩ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକ ଫିଲ୍ମ କରିଥିବାବେଳେ ଶେଷଥର ପାଇଁ ଏକ ତେଲୁଗୁ ଚଳଚ୍ଚିତ୍ର ‘ବ୍ରୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡିଓ ଓ ଟେଲିଭିଜନରେ ଦେଖିବାକୁ ମିଳିଛି।

Share