୩ କୋଟିର ମାସ୍କ ପିନ୍ଧିଲେ ଏହି ସୁନ୍ଦରୀ ଅଭିନେତ୍ରୀ

ବମ୍ବେ: ଶହେ କିମ୍ବା ହଜାରେ ନୁହେଁ ବରଂ ୩ କୋଟି ଟଙ୍କାର ମାସ୍କ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦାମୀ ମାସ୍କ ପଛର ଖାସ କଥାଟି ହେଉଛି ଏହା ହୀରା ଖଚିତ। ସମ୍ପୂର୍ଣ୍ଣ ମୁହଁକୁ ତାହା ଢ଼ାଙ୍କି ରଖିପାରୁଛି। ଏକ ଫଟୋଶୁଟ୍‌ ବେଳେ ତାଙ୍କୁ ହୀରା ପିନ୍ଧିବାକୁ ସୁଯୋଗ ମିଳିଛି।

ନିଜର ଇନ୍‌ଷ୍ଟ୍ରାଗ୍ରାମରେ ଉର୍ବଶୀ ଏକ ଭିଡିଓ ଶେୟାର କରି କହିଛନ୍ତି, ଡାଏମଣ୍ଡ ଫୁଲ ମାସ୍କରେଡ। ଏହା ବହୁତ ଓଜନ ଥିଲା। ଏଣୁ ମୋତେ ଦୋଷଦେବେ ନାହିଁ। ଆଜିଯାଏ ସେ ଏତେ ହୀରା ପିନ୍ଧି ନ ଥିଲେ। ହେଲେ ଫଟୋଶୁଟ୍‌ ପାଇଁ ତାଙ୍କୁ ସୁଯୋଗ ମିଳିପାରିଛି ବୋଲି ସେ କହିଛନ୍ତି। ଏଥିରେ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ରଖୁଛନ୍ତି।

କାମ ବିଷୟରେ କଥା ହେଲେ ଉର୍ବଶୀ ଶେଷଥର ପାଇଁ ଚଳଚ୍ଚିତ୍ର ‘ଭର୍ଜିନ ଭାନୁପ୍ରିୟା’ରେ ନଜର ଆସିଥିଲେ। ଏହା ଓଟିଟି ପ୍ଲାଟଫର୍ମ ଜି୫ରେ ରିଲିଜ ହୋଇଥିଲା। ଆଗାମୀ ଦିନରେ ସେ ଓ୍ବେବ୍‌ ସିରିଜ ‘ଇନ୍ସପେକ୍ଟର ଅବିନାଶ’ରେ ନଜର ଆସିବେ। ଏଥିରେ ସେ ରଣଦୀପ ହୁଡ୍ଡାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ।

 

Share