ଆଟଲାଣ୍ଟା,୯।୮: କରୋନା ଭାରଇରସ ସଂକ୍ରମଣ ଆମେରିକାରେ କମ୍ ହୋଇ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ସେଠାରେ ସ୍କୁଲ ଖୋଲିବାକୁ ବାରଣ କରିଥିଲା। ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏହାକୁ ବେଖାତିର କରି ସ୍କୁଲ ଖୋଲିବାରୁ ବହୁସଂଖ୍ୟାରେ ଛାତ୍ରୀଛାତ୍ର କରୋନା ଦ୍ୱାରା ସଂକ୍ରମିତ ହେଉଥିବା କୁହାଯାଉଛି। ଜର୍ଜିଆର ରାଜଧାନୀ ଆଟଲାଣ୍ଟାର ଏକ ସ୍କୁଲରେ ଆରମ୍ଭରୁ ପ୍ରାୟ ୧୧ ଜଣ ପିଲା କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏହାପରେ ପ୍ରାୟ ୨୬୦ ଛାତ୍ରୀଛାତ୍ର ଓ ୮ଜଣ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ତେବେ ସ୍କୁଲ ଖୋଲୁ ଖୋଲୁ କରୋନା ସଂକ୍ରମଣର ଏହା ପ୍ରଥମ ଘଟଣା।