ଆମେରିକାରେ ସଡ଼କ ଦୁର୍ଘଟଣା: ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୫ ଗୁରୁତର

ନ୍ୟୁୟର୍କ,୨୮।୧୦: ଆମେରିକାର ପଶ୍ଚିମ ମାସାଚ୍ୟୁସେଟ୍ସରେ ଗୁରୁବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଛାତ୍ରମାନେ ଏକ କାରରେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ମୃତକ ହେଲେ ପ୍ରେମ କୁମାର ରେଡ୍ଡୀ(୨୭), ପାଭାନି ଗୁଲ୍ଲାପାଲ୍ଲୀ(୨୨) ଏବଂ ସାଇ ନରସିଂହ ପାଟାମସେଟୀ(୨୨) ବୋଲି ଜଣାପଡିଛି। ଆହତମାନେ ହେଲେ ମନୋଜ ରେଡ୍ଡୀ ଡୋଣ୍ଡା(୨୩), ଶ୍ରୀଧର ରେଡ୍ଡୀ ଚିଣ୍ଟାକୁଣ୍ଟା(୨୨), ବିଜୟ ରେଡ୍ଡୀ ଗୁମ୍ମାଲା(୨୩) ଏବଂ ହିମା ଈଶ୍ୱରିଆ ସିଦ୍ରେଡି(୨୨)ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ବର୍କସାୟାର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରମାନେ ନ୍ୟୁ ହାଭେନ ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ଜଣେ ସାକ୍ରେଡ ହାର୍ଟ ବିଶ୍ୱବିଦ୍ୟାଳର ଛାତ୍ର ବୋଲି ଜଣାପଡିଛି। ସେହିପରି କାର ସହ ଧକ୍କା ହୋଇଥିବା ଅନ୍ୟ ଗାଡ଼ିରେ ଏକାକୀ ଡ୍ରାଇଭର ରହିଥିଲେ। ଦୁର୍ଘଟଣାରେ ସେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ଫେୟାର ଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ କହିଛି।

Share