ଟେକ୍ସାସରେ ଘୂର୍ଣ୍ଣିଝଡ଼: ଅନ୍ଧାରରେ ୫୦ ହଜାର ଘର, ୩ ମୃତ ଅନେକେ ଆହତ

ଟେକ୍ସାସ,୧୬।୬: ଆମେରିକା ପେରିଟନର ଟେକ୍ସାସ ପ୍ୟାନହ୍ୟାଣ୍ଡେଲ ସହରରେ ଗୁରୁବାର ଆସିଥିବା ଘୂର୍ଣ୍ଣିଝଡ଼ରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅମରିଲୋର ଜାତୀୟ ପାଣିପାଗ ସେବା ଗୁରୁବାର ଦିନ ଏହି ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବା ସୂଚନା ଦେଇଛି, କିନ୍ତୁ ଏହାର ଆକାର କିମ୍ବା ପବନର ବେଗ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।
ପେରିଟନ ଫାୟାର ଚିଫ ପଲ ଡଚର କହିଛନ୍ତି, ଏହି ଘୂର୍ଣ୍ଣିଝଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେ କହିଛନ୍ତି କି ମୋବାଇଲ ହୋମ ପାର୍କରେ ଘୂର୍ଣ୍ଣିଝଡ ସିଧାସଳଖ ମାଡ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଡଚରଙ୍କ ଅନୁଯାୟୀ, ଏବେ ପର୍ଯ୍ୟନ୍ତ ୩୦ ଟ୍ରଲର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ସନ୍ଧ୍ୟା ୬ଟାରେ ଦମକଳ କର୍ମୀ ଲୋକଙ୍କୁ ଅଳିଆ ଗଦା ମଧ୍ୟରୁ ବାହାର କରୁଥିଲେ। ଓକଲାହୋମ ଓ ଟେକ୍ସାସରେ ପ୍ରାୟ ୫୦ ହଜାର ଲୋକ ଘୁର୍ଣ୍ଣିଝଡ଼ କାରଣରୁ ଅନ୍ଧାରରେ ରହିଛନ୍ତି। ସେମାନଙ୍କ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି।

Share