ଆହୁରି ମହାମାରୀ ଆଣିବ ଚାଇନା: ଆମେରିକା!

ୱାଶିଂଟନ,୧୮ ।୧: ଆମେରିକା ପ୍ରଥମଥର ପାଇଁ ଦାବି କରିଛି ଯେ ମହାମାରୀ ବ୍ୟାପୁଥିବା କରୋନା ଭାଇରସ ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(ଡବ୍ଲୁଆଇବି)ରୁ ଆସିଛି । ଏହାକୁ ଚାଇନା ସେନା ଗୁପ୍ତ ଗବେଷଣା ପାଇଁ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗରୁ ଅନୁମାନ କରାଯାଉଛି କି କୋଭିଡ-୧୯ ବିଶ୍ୱ ଉପରେ ଏକ ଜୈବିକ ଅସ୍ତ୍ର ଦ୍ୱାରା ଆକ୍ରମଣ । ଆମେରିକାର ରାଜ୍ୟ ସଚିବ ମାଇକେଲ ପୋମ୍ପୋଓ ତିନି ବିନ୍ଦୁ ବାଲା ତଥ୍ୟାତ୍ମକ ରିପୋର୍ଟ ଜାରି କରି କହିଛନ୍ତି ଚାଇନା ତଥ୍ୟ ଲୁଚାଇରଖି ଭବିଷ୍ୟତରେ ନୂଆ ମହାମାରୀ ସୃଷ୍ଟି କରିପାରେ । ପୋମ୍ପୋଓ କହିଛନ୍ତି ଆମେରିକା ସବୁବେଳେ କୋଭିଡ-୧୯ର ଉତ୍ପତ୍ତି ଓ ଏହା ବ୍ୟାପିବାର ମୂଳ କାରଣ ଖୋଜୁଛି । ଅନ୍ୟପଟେ ଚଳିତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ଦଳ ଚାଇନାରେ କରୋନାର ଯାଞ୍ଚ କରୁଛନ୍ତି ।

Share