ବାଇଡେନଙ୍କ ଘରୁ ମିଳିଲା ଆଉ କିଛି ଗୋପନୀୟ କାଗଜପତ୍ର, ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୫ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୁ ଗୋପନୀୟ କାଗଜପତ୍ର ମିଳିବାର ପ୍ରକ୍ରିୟା ଜାରି ରହିଛି । ହ୍ୱାଇଟ ହାଉସ କହିଛି ଡେଲାଭେୟରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାରିବାରିକ ଘରୁ ଅତିରିକ୍ତ ଗୋପନୀୟ କାଗଜପତ୍ର ମିଳିଛି ।
ହ୍ୱାଇଟ ହାଉସ ପକ୍ଷରୁ ଶନିବାର କୁହାଯାଇଛି କି ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେଲାଭେୟର ଘରୁ ଆଉ କିଛି ଗୋପନୀୟ କାଗଜପତ ମିଳିଛି । ଏହାସହ ଡେଲାଭେୟରରେ ବାଇଡେନଙ୍କ ଘର ଓ ୱାଶିଂଟନ ଡିସିରେ ଥିବା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟାଳୟରୁ ମିଳିଥିବା ଗୋପନୀୟ କାଗଜପତ୍ର ସଂଖ୍ୟା ପ୍ରାୟ ୨ ଡଜନ ହୋଇଯାଇଛି । ଆଇନ ବିଭାଗ ପକ୍ଷରୁ ମାମଲାର ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ କରିଛନ୍ତି ।
ସାଧାରଣତଃ ବାଇଡେନ ସପ୍ତାହର ଶେଷ ଦିନ ଡେଲାଭେୟର ଘରେ ବିତାଇଥ।।ନ୍ତି । ଶୁକ୍ରବାର ସନ୍ଧ୍ୟାରେ ସେ ସେଠାରେ ପହଞ୍ଚିଛନ୍ତି । ହ୍ୱାଇଟ ହାଉସର ବିଶେଷ ଓକିଲ ରିଚର୍ଡ ରବର ଶନିବାର ଏକ ବୟାନରେ କହିଥିଲେ କି ବୁଧବାର ରାତିରେ ବାଇଡେନଙ୍କ ଗ୍ୟାରେଜକୁ ଲାଗି ରହିଥିବା ଏକ କୋଠରୀରୁ ଗୋଟିଏ ଗୋପନୀୟ ତଥ୍ୟ ମିଳିଥିଲା । ରବର କହିଛନ୍ତି ଯେଉଁ ଓକିଲମାନେ ସେହି ଗୋପନୀୟ କାଗଜପତ୍ର ଖୋଜୁଥିଲେ ସେମାନଙ୍କ ପାଖରେ ସୁରକ୍ଷା ମଞ୍ଜୁରୀ ନ ଥିଲା ଫଳରେ ସେମାନଙ୍କ ସର୍ଚ୍ଚ ଅପରେଶନକୁ ଅଟକାଇ ଦିଆଯାଇଥିଲା ।

Share