ଭାରତ ସହ ସ୍ୱର ମିଳାଇଲା ଆମେରିକା, କହିଲା ୟୁକ୍ରେନରେ ଶାନ୍ତି ଫେରାଇ ଆଣିବ ଜରୁରୀ

ୱାଶିଂଟନ,୭ ।୧: ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ କହିଛନ୍ତି, ଆମେ ଭାରତ ସହ ସହମତ ଯେ ୟୁକ୍ରେନରେ ଶାନ୍ତି ଫେରି ଆସିବା ଜରୁରୀ । ୟୁକ୍ରେନବାସୀଙ୍କ ପାଇଁ ଭାରତର ସମର୍ଥନକୁ ଆମେ ସ୍ୱାଗତ କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେହି କଥା ସହ ସହମତ ଯେ ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ ନୁହେଁ । ଜି୨୦ ସମ୍ମିଳନୀରେ ବି ଏହି ସ୍ୱର ଉଠିଥିଲା ।
ନେଡ ପ୍ରାଇସ କହିଛନ୍ତି, ରୁଷିଆକୁ ଯୁଦ୍ଧ ପାଇଁ ଦାୟୀ ବୋଲି କହିବାକୁ ଆମେ କ’ଣ କରିବା ଦରକାର ସେ ନେଇ ଆମେରିକା ନିୟମିତ ଭାରତର ସମ୍ପର୍କରେ ରହିଛି । ଭାରତ ଓ ଆମେରିକା ଉଭୟ ଏକ ନିୟମ-ଆଧାରିତ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାକୁ ବଜାୟ ରଖିବାକୁ ପ୍ରତିବଦ୍ଧ, ଯାହା କ୍ଷେତ୍ରୀୟ ଅଖଣ୍ଡତା ଓ ସଂପ୍ରଭୁତାକୁ ସମ୍ମାନ କରିଥାଏ । ସେ କହିଛନ୍ତି, ଏହା ଆମର ଭାରତ ସହ ବିଶ୍ୱସ୍ତରୀୟ ରାଜନୈତିକ ଚୁକ୍ତିର କେନ୍ଦ୍ର ଅଟେ ।

Share