ନୂଆଦିଲ୍ଳୀ,୨୬।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ଭାକ୍ସିନ୍ ପ୍ରସ୍ତୁତି ଲାଗି ବ୍ୟବହୃତ ହେଉଥିବା କଞ୍ଚାମାଲ୍ ଯୋଗାଇବାକୁ ମନା କରିଥିଲା। ତେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ଙ୍କ କୂଟନୀତି କାମ ଦେଇଛି। ସେ ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର ଜେକେ ସୁଲିଓ୍ବନ୍ଙ୍କ ସହିତ ଆଲୋଚନା କରିବା ପରେ ଆମେରିକା ଭାକ୍ସିନ୍ ପ୍ରସ୍ତୁତି ଲାଗି କଞ୍ଚାମାଲ୍ ଦେବାକୁ ରାଜି ହୋଇଛି। ଏନେଇ ସୁଲିଓ୍ବନ୍ ଟୁଇଟ୍ କରି ସୂଚନା ଦେଇଛନ୍ତି। ଭାରତକୁ ଶୀଘ୍ର କଞ୍ଚାମାଲ୍ ସହିତ ରାପିଡ୍ ଟେଷ୍ଟ୍ କିଟ୍, ପିପିଇ ଏବଂ ଭେଣ୍ଟିଲେଟର ଆଦି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।