ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌: ୩୭ ଆତଙ୍କବାଦୀ ନିହତ

ବେରୁଟ୍‌,୩୦ା୯: ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌ରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଏବଂ ଅଲ୍‌କାଏଦା ସହ ସମ୍ପୃକ୍ତ ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଭାବେ ସ୍ବୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ଆତଙ୍କବାଦୀ। ଅଲ୍‌କାଏଦା ସହ ସମ୍ପୃକ୍ତ ହୁରାସ୍‌ ଅଲ୍‌-ଦିନ୍‌ ଗ୍ରୁପ୍‌ର ବରିଷ୍ଠ ଆତଙ୍କବାଦୀ ଓ ଅନ୍ୟ ୮ ଜଣଙ୍କୁ ଟାର୍ଗେଟ କରି ମଙ୍ଗଳବାର ଆମେରିକା ସେଣ୍ଟ୍ରାଲ କମାଣ୍ଡ ସିରିଆର ଉତ୍ତରପଶ୍ଚିମ ଭାଗରେ ବୋମାମାଡ଼ କରିଥିଲା। ସେପ୍ଟେମ୍ବର ୧୬ରେ କେନ୍ଦ୍ରୀୟ ସିରିଆର ଏକ ଅଜଣା ସ୍ଥାନରେ ରହିଥିବା ଆଇଏସ୍‌ର ପ୍ରଶିକ୍ଷଣ କ୍ୟାମ୍ପ୍‌କୁ ଟାର୍ଗେଟ କରି ଆମେରିକା ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିବାରୁ ୨୮ ଜଣ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଅନୂ୍ୟନ ୪ ଜଣ ସିରିଆ ନେତା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସପ୍ତାହରେ ହେଜ୍‌ବୋଲ୍ଲାର ସପ୍ତମ କମାଣ୍ଡର ନିହତ

ବେରୁଟ୍‌,୩୦।୯: ହେଜ୍‌ବୋଲ୍ଲା ମୁଖ୍ୟ ସୟିଦ ହସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉନାହିଁ। ରବିବାର ମଧ୍ୟ ଇସ୍ରାଏଲ ଲେବାନନରେ ଏକ...

ହମାସ୍‌, ହେଜ୍‌ବୋଲ୍ଲା ପରେ ହୁଟି

ଜେରୁଜେଲମ୍‌/ବେରୁଟ୍‌/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍‌ ଇସ୍ରାଏଲ୍‌ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ...

ମିଳିଲା ହିଜବୁଲ୍ଲାହ ମୁଖ୍ୟ ନସରଲ୍ଲାଙ୍କ ମୃତଦେହ! ଶରୀରରେ ନାହିଁ କୌଣସି ଆଘାତ ଚିହ୍ନ, ତେବେ କେମିତି ହେଲା ମୃତ୍ୟୁ ?

ନୂଆଦିଲ୍ଲୀ,୨୯।୯: ଗତ ଶୁକ୍ରବାର (ସେପ୍ଟେମ୍ବର ୨୭) ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ହିଜବୁଲ୍ଲାହ ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା...

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ

ଜେନେଭା,୨୯।୯: ଜମ୍ମୁ କଶ୍ମୀରର ଜଣେ ରାଜନୈତିକ କର୍ମୀ ଜାଭେଦ ବାଗ ଜେନେଭା ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନରେ ଧାର୍ମିକ ତଥା ଅନୁସୂଚିତ ଜାତିର ଜନଜାତିଙ୍କ...

ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ଅଧିକ ଶକ୍ତିଶାଳୀ ହେବ ହିଜବୁଲ୍ଲା, ନିଆଯିବ ନାସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ

ନୂଆଦିଲ୍ଲୀ,୨୯।୯: ଇସ୍ରାଏଲର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ରକ୍ତ ଚାଉଳ ଚୋବାଉଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି ଏକ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଆଇଏଫଏସ୍‌

ଇସଲାମାବାଦ,୨୯।୯: ଆଇଏଏସ୍‌, ଆଇପିଏସ ଏବଂ ଆଇଏଫଏସ୍‌ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଏବେ ଆଇଏଫଏସ୍‌ ଭାବିକା ମଙ୍ଗଳନନ୍ଦନ ଚର୍ଚ୍ଚାରେ ଅଛନ୍ତି। ମିଳିତ...

ଶତ୍ରୁଙ୍କୁ ହଟାଇବା ପାଇଁ ଇସ୍ରାଏଲକୁ କାହିଁକି ପଡ଼ିବ ମହଙ୍ଗା, ଜାଣନ୍ତୁ …

ଜେରୁଜେଲମ୍‌,୨୯ା୯: ଇସ୍ରାଏଲ ଏବଂ ହେଜ୍‌ବୋଲ୍ଲା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଆମେରିକୀୟ ରେଟିଂ ଏଜେନ୍ସି ମୁଡି...

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri