ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍‌

ଓ୍ବାଶିଂଟନ,୨୭ା୧୦: ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଶୁକ୍ରବାର ସକାଳେ ଆମେରିକାର ସେନା ପୂର୍ବ ସିରିଆର ଇରାନର ରିଭୋଲ୍ୟୁସନାରୀ ଗାର୍ଡ କାର୍ପସ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏୟାରଷ୍ଟ୍ରାଇକ୍‌ କରିଛି।  ସପ୍ତାହ ପୂର୍ବରୁ ସିରିଆରେ ଆମେରିକୀୟ ସୈନିକଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୭ରୁ ଇରାକ୍‌ରେ ଆମେରିକାର ଟାର୍ଗେଟ ଏବଂ ସୈନ୍ୟ ଉପରେ ସିରିଆରେ ଅତି କମ୍‌ରେ ୧୨ଟି ଆକ୍ରମଣ ହୋଇଛି। ବାୟୁସେନା ବ୍ରିଗେଡିୟର୍‌ ଜେନେରାଲ ପ୍ୟାଟ ରାଇଡର୍‌ କହିଛନ୍ତି, ଏହି ଦୁଇଟି ଷ୍ଟ୍ରାଇକ୍‌ରେ ୨୧ ଜଣ ଆମେରିକୀୟ କର୍ମଚାରୀ ଆହତ ହୋଇଛନ୍ତି। ଯାହା ଡ୍ରୋନ୍‌ ବ୍ୟବହାର କରି ଇରାକ୍‌ର ଅଲ୍‌-ଅସଦ ଏୟାରବେସ୍‌ ଏବଂ ସିରିଆର ଅଲ୍‌-ଟନଫ୍‌ ଗ୍ୟାରିସନକୁ ଟାର୍ଗେଟ କରିଛି।

Share