ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ: ଆମେରିକାର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାରତ ହେଉଛି ସବୁଠୁ ଗରୁତ୍ୱପୂର୍ଣ୍ଣ ଦେଶ। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ ଏହା କହିଛନ୍ତି। ତାଙ୍କୁ ଭାରତରେ ରାଷ୍ଟ୍ରଦୂତ ଭାବେ କାମ କରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ କହିଥିଲେ ଯେ, ଭାରତ ତାଙ୍କ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ। ଭାରତ ସହିତ ତାଙ୍କର ସମ୍ପର୍କ କେତେ ସ୍ବତନ୍ତ୍ର। ପୂ
ଇଣ୍ଡିଆସ୍ପୋରା ଜି-୨୦ ଫୋରମକୁ ସମ୍ବୋଧିତ କରି ଏରିକ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ ମୋତେ ଏଠାକୁ ଆସି କାମ କରିବାକୁ ଉତ୍ସାହିତ କରିଥିଲେ ଏବଂ ଏହା ମୋ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ ବୋଲି କହିଥିଲେ। ଏହାପୂର୍ବରୁ କୌଣସି ରାଷ୍ଟ୍ରପତି ଦୁଇ ଦେଶ ପାଇଁ ଏପରି କଥା ନ ଥିବେ।
ଏରିକ ଆହୁରି ମଧ୍ୟ କହିଛନ୍ତି, ଟେକ୍ନୋଲୋଜି ଠାରୁ ବ୍ୟବସାୟ, ପରିବେଶ ଠାରୁ ମହିଳା ସଶକ୍ତିକରଣ, ଛୋଟ ବ୍ୟବସାୟ ଠାରୁ ମହାକାଶ ପର୍ଯ୍ୟନ୍ତ ଆମେ ଏକାଠି କାମ କରୁଛୁ । ଆମେରିକା ଏବଂ ଭାରତ ଶକ୍ତିଶାଳୀ ହୋଇ ଆଗକୁ ବଢିବେ।

Share