ଆମେରିକାର ପ୍ରଥମ ମହିଳା ମୁସଲିମ ଫେଡେରାଲ ବିଚାରପତି ହେଲେ ନୁସରତ ଜାହାନ ଚୌଧୁରୀ

ଓ୍ବାଶିଂଟନ୍‌,୧୬।୬: ଆମେରିକାର ସିନେଟ ଫେଡେରାଲ ବିଚାରପତି ଭାବରେ ପ୍ରଥମ ମୁସଲମାନ ମହିଳା ନୁସରତ ଜାହାନ ଚୌଧୁରୀଙ୍କ ନାମାଙ୍କନକୁ ଅନୁମୋଦନ କରାଯାଇଛି। ୪୬ ବର୍ଷିୟ ନୁସରତ ନ୍ୟୁୟର୍କର ପୂର୍ବ ଜିଲ୍ଲାରେ ୟୁଏଫ୍‌ଏସ୍‌ କୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିବେ। ସେ ଆମେରିକାର ପ୍ରଥମ ବାଂଲାଦେଶୀ-ଆମେରିକୀୟ ଏବଂ ମହିଳା ମୁସଲିମ ସଂଘୀୟ ନ୍ୟାୟଧୀଶ ହେବେ।

ନୁସରତ ତାଙ୍କର ଅଧିକାଂଶ କ୍ୟାରିଅର ବୃତ୍ତି ଜାତୀୟ ଏସିଏଲୟୁରେ ଅତିବାହିତ କରିଛନ୍ତି। ଯେଉଁଠାରେ ସେ ଜାତିଗତ ନ୍ୟାୟ ଏବଂ ଜାତୀୟ ନିରାପତ୍ତା ପ୍ରସଙ୍ଗରେ କାର୍ଯ୍ୟ କରିଥିଲେ। ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ସଂଗଠନର ଜାତିଗତ ନ୍ୟାୟ କାର୍ଯ୍ୟକ୍ରମର ଡେପୁଟି ଡାଇରେକ୍ଟର ଥିଲେ।

Share