ଅଭ୍ୟାସ ସମୟରେ ଆମେରିକୀୟ ସୈନ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ

ଓ୍ବାଶିଂଟନ୍‌,୧୩।୧୧: ତାଲିମ ଅଭ୍ୟାସ ସମୟରେ ଭୂମଧ୍ୟସାଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଆମେରିକାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ୫ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କେଉଁଠାରେ ଘଟିଛି ତାହା ଅଧିକାରୀମାନେ ନିଶ୍ଚିତ କରିନାହାଁନ୍ତି। ସୂଚନାଯୋଗ୍ୟ, ଇସ୍ରାଏଲ-ହମାସ ଯୁଦ୍ଧକୁ ଏକ ଆଞ୍ଚଳିକ ଦ୍ୱନ୍ଦ୍ୱରେ ପରିଣତ ନ କରିବା ପାଇଁ ଆମେରିକା ଭୂମଧ୍ୟସାଗରରେ ଏକ ଯୁଦ୍ଧ ଜାହାଜ ନିୟୋଜିତ କରିଛି।

ଆମେରିକାର ୟୁରୋପୀୟ କମାଣ୍ଡ ନଭେମ୍ବର ୧୦ ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛି ଯେ ଆର୍ମି ଟ୍ରେନିଂ ସମୟରେ ବାୟୁ ସେନାର ହେଲିକପ୍ଟର ୫ ଜଣଙ୍କୁ ନେଇ ଏକ ଏୟାର ରିଫିଲିଂ ମିଶନରେ ସମ୍ପୃକ୍ତ ଥିଲା ଏବଂ ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରର ସମସ୍ତ ୫ ଜଣଙ୍କର ମୃତ୍ୟୁ ଘଟିଛି।

Share