ସିରିଆରେ ଥିବା ୨ ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ

ଓ୍ବାଶିଂଟନ,୨୮ା୧୦: ଇରାନର ଇସ୍‌ଲାମିକ ରେଭଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ବ୍ୟବହାର କରୁଥବା ପୂର୍ବ ସିରିଆର ଦୁଇଟି ଘାଟି ଉପରେ ଆମେରିକା ସେନା ଆକ୍ରମଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ଏହି ସୂଚନା ଦେଇଛନ୍ତି। ଗତ ୧୭ ତାରିଖରୁ ଇରାକ ଏବଂ ସିରିଆରେ ଥିବା ଆମେରିକୀୟଙ୍କ ଉପରେ ଇରାନ ସମର୍ଥତ୍ତ ମିଲିସିଆ ଗ୍ରୁପ୍‌ ଆକ୍ରମଣ କରୁଥିବାରୁ ଏହାର ଜବାବରେ ଯୁକ୍ତରାଷ୍ଟ୍ର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମିଲିସିଆ ଗ୍ରୁପ୍‌ର ଆକ୍ରମଣ ବେଳେ ଜଣେ ଆମେରିକୀୟ ଠିକାଦାରଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବାବେଳେ ୨୧ ସାମରିକ ଯବାନ ସାମାନ୍ୟ ଆହତ ହୋଇଥିଲେ। ଆମେରିକା ସେନା ବିରୋଧରେ ଆକ୍ରମଣ ମହଙ୍ଗା ପଡ଼ିବ ବୋଲି ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନିଙ୍କୁ ଚେତାବନୀ ଦେଇଥିଲେ।

Share