ପାକ-ଆଫଗାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା କରିବ ଫଣ୍ଡିଂ

ଇସଲାମାବାଦ,୨ ।୧: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଉଭୟ ଦେଶ ମଧ୍ୟରେ ଗଢି ଉଠୁଥିବା ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ଆମେରିକା ପାକିସ୍ତାନରେ ଲିଙ୍ଗଗତ ଅସମାନତାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିବ ବୋଲି ଘୋଷଣା କରିଛି । ପାକିସ୍ତାନ ସମାଚାର ପତ୍ରିକା ଡନର ରିପୋର୍ଟରେ କୁହାଯାଇଛି କି ଆମେରିକାର ଏହି ଘୋଷଣା ଆଫଗାନିସ୍ତାନରୁ ଆତଙ୍କବାଦୀ ଆକ୍ରମଣ ରୋକିବାକୁ ଇସଲାମାବାଦକୁ ସାହାଯ୍ୟ କରିବାର ଇଚ୍ଛାକୁ ରେଖାଙ୍କିତ କରୁଛି ଯାହାକି ପାକିସ୍ତାନ ପାଇଁ ବଡ ବିପଦ ହୋଇଯାଇଛି । ଏହା ବ୍ୟତୀତ ଲିଙ୍ଗଗତ ସମାନତା ପାଇଁ ପ୍ରଦାନ କରାଯାଇଥିବା ଧନରାଶି ସାମାଜିକ ବିକାଶରେ ପାକିସ୍ତାନ ସହ ଆମେରିକାର ସମ୍ପର୍କର ସମ୍ଭାବନାକୁ ଦର୍ଶାଉଛି ।

Share