ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ କହିବ ଆମେରିକା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧।୧୦ : ରଣନୈତିକ ଦୃଷ୍ଟିକୋଣରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥିରତା ପାଇଁ ଭାରତର ଭୂମିକାକୁ ବୃଦ୍ଧି କରାଇବାକୁ ଆମେରିକା ସହଯୋଗ କରିବ। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଅନୁଯାୟୀ, ଭାରତ ଏହି ମହାସାଗରରେ ସୁରକ୍ଷା ଯୋଗାଉଥିବା ଏକ ପ୍ରମୁଖ ଦେଶ ହୋଇସାରିଛି। ଭାରତ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରରେ ଏହାର ଭୂମିକାକୁ ବିକଶିତ କରାଇବା ପାଇଁ ପ୍ରତିରକ୍ଷା ଆଧୁନିକୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛି।

ପେଣ୍ଟାଗନର ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଜାନୁଆରୀ ୨୦୨୧ ରେ କ୍ଷମତାକୁ ଆସିବା ପରଠାରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଭାରତୀୟ ଏବଂ ଆମେରିକାରସୈନ୍ୟବାହିନୀ ସହିତ କାର୍ଯ୍ୟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆମର ସୈନ୍ୟବାହିନୀର ତିନି ବିଭାଗ ମିଳିତ ସାମରିକ ଅଭ୍ୟାସ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଏବଂ ଭବିଷ୍ୟତର ଆହ୍ବାନ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ। ପେଣ୍ଟାଗନ ଅନୁଯାୟୀ ଉଭୟଙ୍କୁ ଭବିଷ୍ୟତର ଆହ୍ବାନ ପାଇଁ ମିଳିତ ପଦକ୍ଷେପ ନେବାକୁ ପଡ଼ିବ। ଏହି ପଦକ୍ଷେପଗୁଡିକ କ’ଣ ହେବ ସେ ସମ୍ବନ୍ଧରେ ସେ ବିସ୍ତୃତ ଉତ୍ତର ଦେଇନାହାନ୍ତି। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ସଙ୍କଟ ବିଷୟରେ ବହୁ ସାମରିକ ଅଭ୍ୟାସ ଚାଲିଛି ବୋଲି ସେ କହିଛନ୍ତି।

Share