ଆମେରିକାରେ ବ୍ୟାନ୍‌ ହେବ ଘାତକ କେମିକାଲ ଅସ୍ତ୍ର

ଓ୍ବାଶିଂଟନ୍‌,୭।୭: ଅର୍ଗାନାଇଜେସନ ଫର ପ୍ରୋହିବିଶନ ଅଫ୍‌ କେମିକାଲ ଓ୍ବିପନ୍‌ ବା ଓପିସିଡବ୍ଲୁ ଅନୁଯାୟୀ, ରାସାୟନିକ ଅସ୍ତ୍ର ହେଉଛି ଏପରି ଏକ ମାରଣାସ୍ତ୍ର। ଯେଉଁଥିରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ କରାଯାଏ। ଏହି ରାସାୟନିକ ଅସ୍ତ୍ର ଏତେ ମାରାତ୍ମକ ଯେ କ୍ଷଣିକରେ ହଜାର ହଜାର ଲୋକଙ୍କୁ ମାରିପାରିବ କିମ୍ବା ଏହାଦ୍ୱାରା ବିଭିନ୍ନ ରୋଗର ଆକ୍ରାନ୍ତ ହୋଇ ଲୋକଙ୍କୁ ତିଳ ତିଳ କରି ମାରିବାକୁ ଛାଡି ଦିଆଯାଇଥାଏ।

ତେବେ ଖୁସିର ବିଷୟ ଏହା ଯେ, ଆମେରିକା ଶୁକ୍ରବାର ଅର୍ଥାତ୍‌ ଅଜି ଠାରୁ ଘାତକ କେମିକାଲ ଅସ୍ତ୍ରରୁ ଦେଶକୁ ମୁକ୍ତ କରିବାକୁ ଯାଉଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକା ୭୦ବର୍ଷ ଧରି ଏହି କେମିକାଲ ଅସ୍ତ୍ରଶସ୍ତ୍ରକୁ ସଂରକ୍ଷଣ କରି ରଖିଥିଲା। ତେବେ ସେଗୁଡିକୁ ଆମେରିକା ଆଜି ନଷ୍ଟ କରିବାକୁ ଯାଉଛି।

Share