ଚାଇନାକୁ ଚେତାବନୀ ଦେଲା ଆମେରିକା, ଯୁଦ୍ଧରେ ରୁଷିଆକୁ ସେନା ସହାୟତା ଦେଲେ ଦେବାକୁ ପଡିବ ବହୁମୂଲ୍ୟ

ୱାଶିଂଟନ,୨୭ ।୨: ଆରେିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଜେକ ସୁଲିବନ ରବିବାର କହିଛନ୍ତି ଯଦି ଚାଇନା ୟୁକ୍ରେନ ବିରୋଧରେ ରୁଷିଆକୁ ସେନା ସହାୟତା ଦେଲା ତେବେ ତାକୁ ଏହାର ବହୁମୂଲ୍ୟ ଦେବାକୁ ପଡିବ ।
ସୁଲିବାନ ମିଡିଆ ସହ କଥା ହୋଇ କହିଛନ୍ତି, ଏହି ଯୁଦ୍ଧ ବେଜିଂ ପାଇଁ ବାସ୍ତବିକ ଜଟିଳତା ଉତ୍ପନ୍ନ କରୁଛି । ବେଜିଂକୁ ତା’ର ନିର୍ଣ୍ଣୟ ନେବାକୁ ପଡିବ ଯେ ସେ କେମିତି ଆଗକୁ ବଢିବ, କ’ଣ ସେନା ସହୟତା ପ୍ରଦାନ କରିବ । ଯଦି ଚାଇନା ରୁଷିଆକୁ ସେନା ସହାୟତା ପ୍ରଦାନ କରୁଛି ତେବେ ତାକୁ ଏହାର ମୂଲ୍ୟ ଦେବାକୁ ପଡିବ । ଆମେରିକା କେବଳ ସିଧାସଳଖ ଧମକ ଦେଉନାହିଁ, ବରଂ ସେ ଦାବି ଓ ପରିଣାମ ଉଭୟ କଥା କହୁଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଏହି ବୟାନ ୟୁକ୍ରେନ ଯୁଦ୍ଧର ଏକ ମହତ୍ୱପୂର୍ଣ୍ଣ ବିନ୍ଦୁକୁ ନେଇ ଆସିଛି । ସେ କହିଛି ଆମେରିକା ନିକଟରେ ଗୁଇନ୍ଦା ସୂଚନା ରହିଛି କି ଚାଇନା ସରକାର ରୁଷିଆକୁ ଯୁଦ୍ଧରେ ବ୍ୟବହାର କରିବାକୁ ଡ୍ରୋନ ଓ ଗୋଳାବାରୁଦ ଉପଲବ୍ଧ କରାଇବାକୁ ବିଚାର କରୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବେଜିଂ ଏବେପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନେଇ ନାହିଁ । କାରଣ ଚାଇନା ଓ ରୁଷିଆ ମଧ୍ୟରେ ଉପକରଣର ଦାମ ଓ ଲକ୍ଷଦେଭ କ୍ଷମତାକୁ ନେଇ କଥାବାର୍ତ୍ତା ଚାଲିଛି ।

Share