ଚାଇନା ପ୍ରଦର୍ଶନକାରୀଙ୍କ ସମର୍ଥନରେ ଆମେରିକାର ମନ୍ତବ୍ୟ, ଶାନ୍ତିପୂର୍ଣ୍ଣ ବିରୋଧ ସମସ୍ତଙ୍କର ଅଧିକାର…

ଓ୍ବାଶିଂଟନ,୨୯।୧୧ : ଚାଇନାରେ ଲକଡାଉନ ବିରୋଧରେ ଚାଲିଥିବାଜନ ଆନ୍ଦୋଳନକୁ ଆମେରିକାର ସମର୍ଥନ ମିଳିଛି। ଆମେରିକା ଏହି ବିରୋଧକୁ ସମର୍ଥନ କରି କହିଛି ଯେ ଚାଇନାର ଶୂନ କୋଭିଡ ନୀତି ଆଉ କାମ କରିବ ନାହିଁ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର କହିଛନ୍ତି ଆମେ ବିଶ୍ୱର ଯେକୌଣସି ସ୍ଥାନରେ ଶାନ୍ତିପୂର୍ଣ୍ଣ ବିରୋଧକୁ ସମର୍ଥନ କରୁଛୁ। ଆମେରିକା କହିଛି ଯେ ଚାଇନାରେ ଅନେକ ସ୍ଥାନରେ ଶୂନ କୋଭିଡ ନୀତି ବିରୋଧରେ ଆନ୍ଦୋଳନ ଚାଲିଛି। ଏହି ନୀତି ଅନୁଯାୟୀ, ଥରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରାଯିବା ଦ୍ୱାରା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛି।

ଷ୍ଟ୍ରାଟେଜିକ ଯୋଗାଯୋଗ ପାଇଁ ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦ ସଂଯୋଜକ ଜନ କିର୍ବି ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ଯେ ଚାଇନାର ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। କିର୍ବି କହିଛନ୍ତି ଯେ ବର୍ତ୍ତମାନ ଚାଇନାକୁ ଆମେରିକା କୌଣସି ସାହାଯ୍ୟ ଯୋଗାଇ ଦେବାକୁ ଘୋଷଣା କରିନାହିଁ। ସେ କହିଛନ୍ତି ଯେ ଆମେ ବିଶ୍ୱରେ କୋଭିଡ ଟିକା ଯୋଗାଣକାରୀ। ଆମର ଟିକା ପାଇବା ପାଇଁ ଆମେ ଚାଇନାଠାରୁ ବର୍ତ୍ତମାନ ସୁଦ୍ଧା କୌଣସି ଅନୁରୋଧ ପାଇନାହୁଁ। ଶାନ୍ତିପୂର୍ଣ୍ଣ ବିରୋଧ ଚାଇନାର ଏହି ସମସ୍ୟାର ସମାଧାନ କରିବ ବୋଲି ସେ କହିଛନ୍ତି।

Share