କିମ୍‌ଙ୍କ ଆଣବିକ ପରୀକ୍ଷଣ ନେଇ ଆମେରିକାର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ,୧୭।୭ : ଉତ୍ତର କୋରିଆ ଦ୍ୱାରା କ୍ରମାଗତ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ ପରେ ଆମେରିକା ବର୍ତ୍ତମାନ ଏକ ବିବୃତ୍ତି ଜାରି କରିଛି। ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଉତ୍ତର କୋରିଆ ଆଉ ଏକ ଆଣବିକ ପରୀକ୍ଷା କଲେ ଆମେରିକା ଆଶ୍ଚର୍ଯ୍ୟ ହେବ ନାହିଁ। ତେବେ ଏହାକୁ ନେଇ ଆମର ଚିନ୍ତା ବଢ଼ିବ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ ଏକ ସାକ୍ଷାତକାରରେ ସିବିଏସଇ ଟକ ସୋ ’ଫେସ ଦି ନେସନ’କୁ କହିଛନ୍ତି ଉତ୍ତର କୋରିଆ ଏହାର ସପ୍ତମ ଆଣବିକ ପରୀକ୍ଷା କରିବ ଏବଂ ମୁଁ ଏହା ବିଷୟରେ ଚିନ୍ତିତ ଅଛି।
ଜେକେ ସଲିଭାନ ଜୋର ଦେଇଛନ୍ତି ପ୍ୟୋଙ୍ଗୟାଙ୍ଗର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁ ବର୍ଷ ପୂର୍ବେ ଏହାର ଆଣବିକ କ୍ଷମତା ପରୀକ୍ଷା କରିବା ଆରମ୍ଭ କରିଥିଲେ ଏବଂ ଏହାର ପରୀକ୍ଷଣ ଏବେ ମଧ୍ୟ ସେ ଜାରି ରଖିଛନ୍ତି। ଏହା ବିଶ୍ୱ ପାଇଁ ଚିନ୍ତାର ବିଷୟ।

Share