ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି।
ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ସୁଦାନରେ ହେଉଥିବା ବଳାତ୍କାର, ଗଣ ବଳାତ୍କାର ଓ ମହିଳା ତଥା ବାଳିକାଙ୍କ ଉପରେ ଲିଙ୍ଗ ଭିତ୍ତିକ ହିଂସା ଭଳି ଅନେକ ରିପୋର୍ଟ ନିନ୍ଦନୀୟ ଅଟେ। ଏହିସବୁ ଜାତିଗତ ହିଂସା ଜାତୀୟ ହିଂସାକୁ ଉସକାଇଥାଏ।

ଆମେରିକା ନୟାଲା, ଦକ୍ଷିଣ ଡାରଫୁରର ଏବଂ ଆଖପାଖରେ ଚାଲିଥିବା ହିଂସାକୁ ନେଇ ଚିନ୍ତା ପ୍ରକଟ କରିଛି। ଯେଉଁଠାରେ ଆରଏସଏଫ ଓ ସୁଦାନ ସଶସ୍ତ୍ର ବାହିନୀ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ହଜାର ହଜାର ନାଗରିକ ଫଶି ଯାଇଛନ୍ତି।

Share