ୟୁକ୍ରେନ ବନ୍ଦର ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୧୭।୮: ୟୁକ୍ରେନ ବନ୍ଦର ଉପରେ ଆକ୍ରମଣ କରିଛି ଋଷ। ରୁଷର ଆକ୍ରମଣକୁ କଡା ନିନ୍ଦା କରିଛି ଆମେରିକା। ଆମେରିକା କହିଛି, ଏହା ଗ୍ରହଣୀୟ ନୁହେଁ। ଆମେରିକା ମସ୍କୋକୁ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପରାମର୍ଶ ଦେଇଛି। ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଋଷର ରାଷ୍ଟ୍ରପତି ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉ ନାହାଁନ୍ତି। ଋଷର ଏହି ଆକ୍ରମଣ ବିଶରେ ଖାଦ୍ୟ ସଙ୍କଟ ବୃଦ୍ଧି କରିବ।

ଆମେରିକାର ଡେପୁଟି ପ୍ରେସ ସଚିବ ବେଦାନ୍ତ ପଟେଲ କହିଛନ୍ତ, ଋଷ ଓଡେସା, ରେନି ଏବଂ ଇଜମେଲରେ ୟୁକ୍ରେନ ବନ୍ଦର ଭିତ୍ତିଭୂମି ଉପରେ ଆକ୍ରମଣ କରିଛି। ମସ୍କୋ ଅଭାବୀ ଦେଶକୁ ଶସ୍ୟ ପହଞ୍ଚିବାରେ ବାଧା ସାଜୁଛି। ଏହା କେବେ ବି ଗ୍ରହଣୀୟ ନୁହେଁ। ଋଷର ଆକ୍ରମଣ ହେତୁ ବହୁ ଧାନ ନଷ୍ଟ ହୋଇଯାଇଛି। ସେହିପରି ଋଷର ଆକ୍ରମଣରେ ୟୁକ୍ରେନର ଚାରିଜଣ ୟୁକ୍ରେନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ୟୁକ୍ରେନ ଦାବି କରିଛି।

Share